#Breaking News

ନବ‌ ନିର୍ମିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ର କୋଠା ଉଦଘାଟିତ


ବରଗଡ଼ ୬/୧୦(ସତ୍ୟ ନାରାୟଣ ପ୍ରଧାନ) ବିଜେପୁର ବ୍ଲକ ଅନ୍ତର୍ଗତ ଯୁଖିପାଲିଠାରେ ଥିବା ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ର ନବ ନିର୍ମିତ କୋଠା କୁ ଆଜି ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦଘାଟନ କରିଛନ୍ତି। ରାଜ୍ୟ ସରକାର ଙ୍କ ଦ୍ଵାରା ନିର୍ମିତ ଏହି ଚିକିତ୍ସାଳୟର ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପୁର ବିଧାୟିକା ରୀତା ସାହୁ, ନାରୀ ନେତ୍ରୀ ଶକୁନ୍ତଳା ମହାପାତ୍ର, ବିଜୁ ଯୁବ ଜନତା ଦଳ ର ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଂଯୋଜକ ଗୈ।ରହରି ମିଶ୍ର, ମହେନ୍ଦ୍ର କୁମାର ମେହେର, ନରେନ୍ଦ୍ର ହୋତା, ଜିଲ୍ଲା ଆୟୁର୍ବେଦ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର, ମେଡିକାଲ ଅଫିସର ଡାକ୍ତର ଜିତେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଡ଼ାକ୍ତରଖାନାରେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ସହାୟତା ରେ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା।

Leave a comment

Your email address will not be published. Required fields are marked *