#Breaking News

ଆସନ୍ତା ୧୮ରେ ପଞ୍ଚାୟତରାଜମନ୍ତ୍ରୀ ଙ୍କ କନ୍ଧମାଳ ଗସ୍ତ, ୩ପ୍ରକଳ୍ପ ର ଉଦ୍‌ଘାଟନ ଓ ୨ ପ୍ରକଳ୍ପ ର ଶିଳାନ୍ୟାସ କରିବେ


ଫୁଲବାଣୀ( ସୁନୀଲ ପଟନାୟକ)
ଆସନ୍ତା ୧୮ରେ ରାଜ୍ୟ ପଞ୍ଚାୟତରାଜନଗର ଉନ୍ନୟନ୍ନ ମନ୍ତ୍ରୀ ପ୍ରତ।ପ କୁମାର ଜେନା କନ୍ଧମାଳ ଗସ୍ତରେ ଆସି ଖଜୁରୀପଡ଼ା ବ୍ଳକର ଅରାପା ଜୁପଞ୍ଚାୟତରେ୬ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ନିର୍ମିତ ମିଶନ ଶକ୍ତି ଗୃହ, ଆର. ନୂଆଗାଁଠାରେ ୮ ଲକ୍ଷ ୨୦ହଜାର ଟଙ୍କା ବ୍ୟୟରେ ନିର୍ମିତ ଅଙ୍ଗନବାଡି କେନ୍ଦ୍ର ଗୃହ, ଓ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅ।ମ୍ୱେଦକର କଲେଜର ଅତିରିକ୍ତ ଶ୍ରେଣୀଗୃହ ଆଦି ଉଦଘାଟନ କରିବେ । ସେହିପରି ବିଜୁକନ୍ଧମାଳ ଓ ଗଜପତି ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ହେବାକୁଥିବା ଖଜୁରୀପଡ଼ା ହାଇସ୍କୁଲର ଅତିରିକ୍ତ ଶ୍ରେଣୀଗୃହ
, ଓ ୧୦ ଲକ୍ଷ ଟ ଙ୍କା ବ୍ୟୟରେ ନିର୍ମାଣ ହେବାକୁଥିବାଡିମିରି ଖୋଲରୁ କୁନ୍ଦା ଗ୍ରାମ ରାସ୍ତାର ଶିଳା ନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଭୋଟ ହାତେଇବାଲାଗି ଶାସକ ବିଜେଡି ଏସବୁ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି l
ଏହି ବ୍ଲକ ଦାୟିତ୍ୱରେ ଥିବା ବିଡିଓ କୁ ଆଡେ ନାନା ଦୁର୍ନିତୀରେ ଛନ୍ଦି ହୋଇପଡିଥିବା ଓ ଶାସକ ଦଳର ହାତବାରସୀ ହୋଇ କାମ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ। ଏଣୁ ବିଡିଓ ଜଣଙ୍କ ଜିଲ୍ଲାବାସୀ ହୋଇଥିବା ଓ ଶାସକ ନେତା ଓ ମନ୍ତ୍ରୀଙ୍କ ବାହୁ ଛାୟା ତଳେ ରହିଥିବାରୁ ଏହି ବ୍ଳକରେ ଅବାଧ ମୁକ୍ତ ଓ ନିରପେକ୍ଷ ଭୋଟଗ୍ରହଣ ନେଇ ବିରୋଧୀ ସନ୍ଦେହ ପ୍ରକଟ କରିବା ସହ ପଞ୍ଚାୟତରାଜ ମନ୍ତ୍ରୀ ଜେନାଙ୍କ ଗସ୍ତ ସମୟରେ ଭେଟି ବିଡିଓଙ୍କୁ ଏଠାରୁ ଅନ୍ୟତ୍ର ବଦଳୀ ଦାବୀ କରିବା ସହ ଦୁର୍ନିତୀ ଓ ଅନିୟମିତତାର ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବୀ କରିବେ ବୋଲି ବିଜେପି ଓ କଂଗ୍ରେସ କହୁଥିବା ଶୁଣିବାକୁ ମିଳୁଛି ।

Leave a comment

Your email address will not be published. Required fields are marked *