#Uncategorized

ରାଜ୍ୟ ସୌର ବ୍ରାହ୍ମଣ ପରିଷଦର ଆଞ୍ଚଳିକ ବୈଠକ ନୟାଗଡ ଜିଲାରେ ଅନୁଷ୍ଠିତ

କଣ୍ଟିଲୋ(ଉଲାପ୍ର) ଓଡିଶା ରାଜ୍ୟ ସୌର ବ୍ରାହ୍ମଣ ପରିଷଦ ର ଏକ ଆଞ୍ଚଳିକ ବୈଠକ ନୟାଗଡ ଜିଲ୍ଲା ଅନ୍ତର୍ଗତ ଦର୍ପନାରାୟଣପୁର ପଞ୍ଚାୟତ ର ଗୋପୀନାଥପୁର  ଗ୍ରାମ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଶତାଧିକ ସୌର ବ୍ରାହ୍ମଣମାନଙ୍କ ଉପସ୍ଥିତିରେ ବନଦୁର୍ଗା ଓ ବିଶ୍ୱେଶ୍ଵର ମହାଦେବଙ୍କ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା l
  .         ନୟାଗଡଜିଲ୍ଲା ଶାକଦୀପ ବୈଦିକ ବ୍ରାହ୍ମଣ ପରିଷଦ ଆନୁକୂଲ୍ୟରେ ଆୟୋଜିତ ସଭାରେ ରାଜ୍ୟ ସୌର ବ୍ରାହ୍ମଣ ପରିଷଦ, ଓଡିଶା ସଭାପତି ପଣ୍ଡିତ ରଘୁନାଥ ଦାଶଙ୍କ ସଭାପତିତ୍ୱରେ ବକ୍ତା ଭାବରେ ସମ୍ପାଦକ ନିମାଇଁ ଚରଣ ଦାଶ, ରଣପୁର ବ୍ଳକ ଅଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ସାମାଜିକ କର୍ମୀ  ପାଣ୍ଡଵ ସେଠି  , ତ୍ରିନାଥ ନାୟକ ଓ କବୟିତ୍ରୀ ନିରୁପମା ମହାପାତ୍ର  ଓ ଖଣ୍ଡପଡା ସୌର ବ୍ରାହ୍ମଣ ସମାଜ ସଭାପତି ପ୍ରଭାକର ଶିରୋମଣି ପ୍ରମୁଖ ଯୋଗଦାନ କରି ସାଙ୍ଗଠନିକ ଆଲୋଚନାରେ ଭାଗନେଇ ମଣିଷ ଜୀବନରେ ଗ୍ରହ ନକ୍ଷତ୍ର ଚଳନ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ସଭାକୁ ପ୍ରଦୀପ୍ତକୁମାର ନାୟକ ସଂଯୋଜନା କରିଥିଲାବେଳେ ନୟାଗଡ ଜିଲ୍ଲା ଶାକଦୀପ ବୈଦିକ ବ୍ରାହ୍ମଣ ପରିଷଦ ପକ୍ଷରୁ ପ୍ରଫୁଲ୍ଲକୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ଅନୁଷ୍ଠାନ ପକ୍ଷରୁ ଗୁଣି, ଜ୍ଞାନୀ ଓ ବୟସ୍କ ବ୍ୟକ୍ତିତ୍ୱଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ l ଓଡିଶା ରାଜ୍ୟ ସୌର ବ୍ରାହ୍ମଣ  ପରିଷଦ ପକ୍ଷରୁ ଉପସଭାପତି ଅନନ୍ତ ଚରଣ ନାୟକ, କୋଷାଧକ୍ଷ ମହେଶ୍ୱର ପାତ୍ର, ସହସଂପାଦକ ଅଚ୍ୟୁତାନନ୍ଦ ନାୟକ, ତ୍ରିନାଥ ଆଚାର୍ଯ୍ୟ ଓ ବିବେକାନନ୍ଦ ଆଚାର୍ଯ୍ୟ ଓ ତପନକୁମାର ନାୟକ ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।


     

Leave a comment

Your email address will not be published. Required fields are marked *