#Breaking News #Uncategorized

କୋରନା କଟକଣାମାନିଲେନି, ଜରିମାନ । ଆଦାୟ କଲେ ତହସିଲଦାର

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ରେ କୋରନା ର ଦ୍ୱିତୀୟ ଲହର ପ୍ରଭାବ ରେ ଦିନକୁ ଦିନ କୋରନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବା ରେ ଲାଗିଛି |ଏଥିରେ ରୋକ ଲଗାଇବା ପାଇଁ ସରକାର ଲକ ଡାଉନ ୨.୦ ଘୋଷଣା କରିଛନ୍ତି । ଫଳରେବାଲିଗୁଡା ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କୁ କରେ । ନା..କଟକଣା ମାନିବା ନେଇ ବାରମ୍ବାର ସଚେତନ କରାଯାଉ ଥିବା ବେଳେ କେତେକ ଅମାନିଆ ସେ ସବୁକଟକଣାକୁ ସିଧା ସଳଖ ଉଲଂଘନ କରୁଥିବା ନଜରକୁ ଆସିଛି |ଏହାକୁ ଦୃଷ୍ଟି ରେ ରଖି ଅମାନିଆଙ୍କୁ ସାବାଡ଼ କରିବାଲାଗି ବାଲିଗୁଡା ପ୍ରଶାସନ ପକ୍ଷରୁବିହିତ ପଦକ୍ଷେପମାନ ଗ୍ରହଣ କର। ଯାଉଛି ।|ଲକ ଡାଉନ ସମୟ ରେ କେତେକ ଦୋକାନ ଅନୁମତି ନ ଥାଇ ଖୋଲି ଥିବା ଦେଖାଯାଇ ଥିଲା ଏବଂ ବିନା କାରଣ ରେ ବିନା ପାସରେ ଦୁଇ ଚକିଆ ଓ ଚରିଚକିଆ ଯାନ ନେଇ ବଜାରକୁ ଆସୁଥିବା ଅମାନିଆଙ୍କ ଠାରୁ ବାଲିଗୁଡା ତହସିଲଦାର ସଶାଙ୍କ ଶେଖର ପାତ୍ର ଦୋକାନି ଓ ବାଇକ୍ ଆରୋହୀ ଙ୍କ ଠାରୁ ଶୁକ୍ରବାର 7200 ଟଙ୍କା ଜୋରିମାନା ମଧ୍ୟ ଆଦାୟ କରିଛନ୍ତି | କରୋନା ଚେନ୍ ଭାଙ୍ଗିବା ପାଇଁ ତହସିଲଦାର ପାତ୍ର ଦିନ ରାତି ଏକ କରି ଅମାନିଆ ଙ୍କୁ ସାବାଡ କରୁଛନ୍ତି । ତହସଲଦାର ଙ୍କ ସମୟୋଚିତ ପଦକ୍ଷେପ କୁ ବିଭିନ୍ନ ମହଲ ରେ ସ୍ବାଗତ କରାଯାଇଛି l ଆମାନିଆଙ୍କୁ ସାବାଡ଼ କରିବାଲାଗି
ଆଗକୁ ମଧ୍ୟଚଢାଉ ଜାରି ରହିବ ବୋଲି ତହସିଲଦାର ପାତ୍ର କହିଛନ୍ତି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *