ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶର ଦୁଇଟି ଜିଲ୍ଲାରେ ଜୁନ ୩୦ପର୍ଯ୍ୟନ୍ତ ବଢ଼ିଲା ଲକଡାଉନର ଅବଧି

admin | May 25, 2020 | 41 views |0 | Exclusive

ସୋଲନ: ଦେଶରେ ଏବେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲୁଥିବା ବେଳେ ଏହା ମେ ୩୧ରେ ଶେଷ ହେବ | ତେବେ, ଏହା ଆଗକୁ ଆଉ କେତେ ଦିନ ଲକଡାଉନର ଅବଧିକୁ ବଢାଯିବ ସେ ନେଇ କେନ୍ଦ୍ର ସରକାର କୌଣସି ପ୍ରକାର ନିଷ୍ପତ୍ତି ନେଇ ନଥିବା ବେଳେ ହିମାଚଳ ପ୍ରଦେଶରେ ଜୁନ ୩୦ ପର୍ଯ୍ୟନ୍ତ ଲକଡାଉନର ଅବଧିକୁ ବଢ଼ାଇ ଦିଆଯାଇଥିବା ନେଇ ସୂଚନା ମିଳିଛି | ଏ ନେଇ ପୂରା ତଥ୍ୟ ମିଳି ପାରି ନଥିଲେ ମଧ୍ୟ ରାଜ୍ୟର ଦୁଇଟି ଜିଲ୍ଲାରେ ଲକଡାଉନର ଅବଧିକୁ ବଢ଼ାଇ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ କରି ଦିଆଯାଇଥିବା ନେଇ ସୂଚନା ରହିଛି |ଦୁଇଟି ଜିଲ୍ଲା ମଧ୍ୟରେ ରହିଛି ସୋଲନ ଏବଂ ହାମିରପୁର | ହମିରପୁର ଏବଂ ସୋଲାନର ଜିଲ୍ଲା ମାଜିଷ୍ଟ୍ରେଟମାନେ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନଙ୍କ ଜିଲ୍ଲାରେ ଲକଡାଉନ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର ଏହି ଦୁଇଟି ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି | ସୂଚନା ମୁତାବକ, ମେ ୧୭ ପରେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଏହି ପର୍ଯ୍ୟାୟରେ ଅନେକ ପ୍ରତିବନ୍ଧକକୁ କୋହଳ କରିଥିଲେ ସରକାର | ବର୍ତ୍ତମାନ ମେ ୩୧ ପର୍ଯ୍ୟନ୍ତ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ବଳବତ୍ତର ରହିବା ସହ କିଛି ନୂଆ ନିୟମ ସହ ଏହାର ଅବଧି ପୁଣି ବଢିବ ବୋଲି ଆଶା କରାଯାଉଛି |

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 28 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 293 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories