#Uncategorized

ପୁଅ ର କଟୁରି ଚୋଟରେ ବାପାର ମୃତ୍ୟୁ ।


ଢେ଼ଙ୍କାନାଳ(ଉଲାପ୍ର)ବାପା ପୁଅଙ୍କ କଳୀରୁ ଘଟିଛି ଏକ ହୃଦୟ ବିଦାରକ ହତ୍ୟାକାଣ୍ଡର ଦୃର୍ଶ୍ୟ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଉଳିଆ ଗ୍ରାମରେ । ପାରିବାରିକ କଳହକୁ ନେଇ ପୁଅ ଶିବରାମ ସାହୁ (କାଳିଆ) ବାପା ଢ଼ଗୁଆ ସାହୁଙ୍କୁ କଟୁରିରେ ପ୍ରହାର କରିଥିଲେ । ଘଟଣା ସ୍ଥଳରେ ବାପା ଢ଼ଗୁଆ ସାହୁଙ୍କର ମୃତ୍ୟୁ ଘଟିଥିଲା । ବାପା ଢ଼ଗୁଆ ସାହୁଙ୍କର ମୃତ୍ୟୁ ହୋଇଥିବା ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ର ଅନୁସନ୍ଧାନ ଚଳେଇଛି । ଘଟଣା ସ୍ଥଳରୁ ପୁଅ ଶିବରାମ (କାଳିଆ) ଫେରାର ଥିବା ସୂଚନା ମିଳିଛି ।

Leave a comment

Your email address will not be published. Required fields are marked *