#Breaking News

ମାଓବାଦୀଙ୍କ ସହିଦ ସପ୍ତାହ ୩ୟ ଦିନରେ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି


ଫୁଲବାଣୀ-( ସୁନୀଲ ପଟନାୟକ)
ଆଜିଠୁ ମାଓବାଦୀ ଙ୍କ ସହିଦ ସପ୍ତାହ ୨ରୁ ଆରମ୍ଭ ହୋଇଛି। ଫଳରେ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ର ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯା ଇଛି । ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ସେହିପରି ବିଭିନ୍ନ ଥାନା ଇଲାକାରେ ମଧ୍ୟ କମ୍ବିଙ୍ଗ ଅପେରସନ ସାଙ୍ଗକୁ ଗାଡି ମଟର ଚେକିଙ୍ଗ ମଧ୍ୟ ଯୋରଦାର କରାଯାଉଥିବା ଦେଖାଯାଉଛି l
ମାଓବାଦୀଙ୍କ ସହିଦ ସପ୍ତାହ ଲାଗି ସରକାରୀ ଗାଡି ବନ୍ଦ ଥିବାବେଳେ ବେସରକାରୀ ଗାଡି କିଛି କିଛି ସ୍ଥାନରେ ଚଳାଚଳ କରୁଛି। ଫଳରେ ଯାତ୍ରୀମାନେ ଅସୁବିଧାର ସ ମ୍ମୁଖୀନ ହେଇଛନ୍ତି। ଆସନ୍ତା ୮ ତାରିଖ ଯାଏ ମାଓବାଦୀଙ୍କ ସହିଦ ସପ୍ତାହ ଚାଲିବ ।
ହେଲେ ଦୁଇ ଦିନ ହେଲା ଜିଲ୍ଲାର କୌଣସିଠାରେ ମଧ୍ୟ ମାଓ ପୋଷ୍ଟର କି ବ୍ୟାନର ଆଦି ଦେଖିବାକୁ ମିଳିନଥିଲା ବେଳେ କୌଣସି ହିଁ ସାକାଣ୍ଡ ର ଖବର ମଧ୍ୟ ମିଳିନି ।

ବିଶେଷକରି କନ୍ଧମାଳ ଜିଲ୍ଲାର ମା ଓ ପ୍ରଭାବିତ ତୁମୁଡିବନ୍ଧ, ଦାରିଙ୍ଗବାଡି, କୋଟଗଡ,ଫିରିଙ୍ଗିଆ,ଗୋଛାପଡ଼ା, ବାଲି ଗୁଡ଼ା, ବ୍ରାହ୍ମଣୀଗାଁ, ରାଇକିଆ .ସଦର ଥାନ। ଆଦି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରାଯାଇଥିବା କଥା ଜିଲ୍ଲାର ବରୀଷ୍ଠ ପୋଲିସ ଅଫିସର ଜଣଙ୍କ କହିଛନ୍ତି।

Leave a comment

Your email address will not be published. Required fields are marked *