#Breaking News

ହାଇପ୍ରୋଫାଇଲ ମନୀଷ ହତ୍ୟା ମାମଲା ଆତ୍ମ ସମର୍ପଣ କରିଥିବା ଦୁଇ ସନ୍ଦିଗ୍ଧ ଅଭିଯୁକ୍ତ ଙ୍କୁ ଇନ୍ଫୋସିଟି ଥାନା ର ପାଞ୍ଚ ଜଣିଆ ଟିମ ଭୁବନେଶ୍ୱର ନେଲା


ଫୁଲବାଣୀ -13/10(ସୁନୀଲ ପଟନାୟକ )
ବହୁ ଚର୍ଚ୍ଚିତ ବରିଷ୍ଠ ସାମ୍ବାଦିକ ନବୀନ ଦାଶ ଙ୍କ ପୁଅ ମନିଶ ଅନୁରାଗ ହତ୍ୟା ମାମଲା ରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧ ଦୁଇ ଅଭିଯୁକ୍ତ କୁ ନେବା ଲାଗି ଫୁଲବାଣୀ ରେପହଁଚିଲେ ଭୁବନେଶ୍ୱର ଇନଫୋସିସ ଥାନାର ଏକ ପାଂଚ ଜଣିଆ ଟିମ ।
ସବ ଇନ୍ସ୍ପେକଟର ପ୍ରମୋଦ କୁମାର ମହାନ୍ତି ଙ୍କ ନେତୃତ୍ବରେ ଏକ ପାଂଚ ଜଣିଆ ଟିମ ଅପରାହ୍ନ ୩ଟା ବେଳେ ପହଂଚି ଅଟକ ଥିବା ଦୁଇ ଅଭିଯୁକ୍ତ ଦିନେଶ ମହାପାତ୍ର ଓ , ମୃତ୍ୟୁଞ୍ଜୟ ମିଶ୍ର ଙ୍କୁ ଅଧିକ ପଚରା ଉଚରା ନିମନ୍ତେ ଭୁବନେଶ୍ୱର ନେବେ । ତେବେ ବୁଧୁବାର ସକାଳେ ଏହି ଦୁଇ ଜଣ ଟାଉନ ଥାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା କଥା ଫୁଲବାଣୀ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ପୂର୍ବରୁ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି | ପୁଲିସ ଏମାନଙ୍କୁ ହାଇ ପ୍ରୋଫାଇଲ ମନିଷ ହତ୍ୟା କାଣ୍ଡ ମାମଲlରେ ଏମାନଙ୍କ କେତେ ଦୂର ସମ୍ପୃକ୍ତି ରହିଚି ସେ ନେଇ ଅଧିକ ପଚରା ଉଚରା ଭୁବନେଶ୍ୱର ରେ କରିବେ । ସୂଚନା ଯୋଗ୍ୟରେ ଗତ ଶନିବାର ଭୁବନେଶ୍ବର ସ୍ଥିତ ସାଉଥ୍ ସିଟି ବାର ଏଣ୍ଡ ରେଷ୍ଟୁରାଣ୍ଟ ରେ ଭୋଜି ଭାତ ପରେ ମନିଷ କୁ କୁଆଡେ ହତ୍ୟା କରାଯାଇ ଥିଲା ।ତତପରେ ପାତ୍ରପଡା ସ୍ଥିତ ଏକ ପୋଖରୀ ରେ ମନିଷ ର ମୃତ ଦେହକୁ ଫୋପାଡି ଦେଇ ପଳେଇ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ଏନେଇ ଭୁବନେଶ୍ବର ସ୍ଥିତ ଇନଫ ସିଟି ଥାନାରେ ଏକ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି | ପୋଲିସ ଅଟକ ରଖୁଥିବା ଦୁଇ ଅଭିଯୁକ୍ତ ଲିଟୁ ଏବଂ ମୁନା ଙ୍କୁ ପଚରା ଉଚରା କରୁଛି । ଭୁବେନଶ୍ବର ରୁ ଆସିଥିବା ଏହି ପାଞ୍ଚ ଜଣିଆ ଟିମ୍ ଆତ୍ମ ସମର୍ପଣ କରିଥିବା ଏହି ଦୁଇ ଜଣ ସନ୍ଦିଗ୍ଧ ଅଭିଯୁକ୍ତ ଙ୍କୁ ନେଇ ଭୁବନେଶ୍ୱର ଯାଇଥିବା ଜଣା ପଡ଼ିଛl ।

Leave a comment

Your email address will not be published. Required fields are marked *