#Breaking News

ପଞ୍ଚାୟତ ନିର୍ବାଚନ ରେ ଶତ ପ୍ରତିଶତ ସଫଳତା ପାଇଁ ସାଂସଦ ଅଣ୍ଟାଭିଡ଼ିଲେ


ଫୁଲବାଣୀ(ସୁନୀଲପଟନାୟକ)
ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଶାସକ ବିଜୁ ଜନତା ଦଳ ଯେପରି ସମସ୍ତ ୧୮ଟି ଯାକ ଜିଲ୍ଲାପରିଷଦ ଆସନରେ ବିଜୟ ଲାଭ କରି ଜିଲା ପରିଷଦ ଗଠନ କରିବ ଓ ୧୨ଟି ଯାକ ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ଓ ଉପାଧକ୍ଷ୍ ।ପଦବୀ ଅକ୍ତିଆର କରିବ ସେ ନେଇ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଅଣ୍ଟାଭିଡ଼ିଛନ୍ତି। ଦିନରାତି ଏକ କରି ଭୋକ ଶୋଷ ଭୁଲି ଜିଲ୍ଲାର ଦୁର୍ଗମ ମାଓ ଇଲାକା ଠୁ ଆରମ୍ଭ କରି ସମସ୍ତ ଅଞ୍ଚଳ ବୁଲି କର୍ମୀ ଓ ନେତାଙ୍କୁ ବିଜୟ ମନ୍ତ୍ର ଫୁଙ୍କି ଛନ୍ତି । ନିଜର ପ୍ରତିବ୍ଳକ ଅଞ୍ଚଳରେ ଥିବା ସାଂସଦ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଦଳର ପ୍ରାର୍ଥୀମାନେ ଯେପରି ବହୁ ଭୋଟବ୍ୟବଧାନରେ ବିଜୟ ଲାଭ କରିବେ ସେଥିପାଇଁ କର୍ମୀମାନଙ୍କୁ ନେଇ ନିଷ୍ଠା ଓ ଆନ୍ତରିକତାର ସହିତ କାର୍ଯ୍ୟ କରିବାଲାଗି ପରାମର୍ଶ ଦେଇଥିଲେ । ନିଜ ନିଜ ଭିତରେ ଯଦି କିଛି ମତାନ୍ତର ବାମନାନ୍ତର ଥାଏ ସେ ସବୁକୁ ଭୁଲି ସମସ୍ତେ ମିଳି ମିଶି ଦଳ ପାଇଁ କାର୍ଯ୍ୟ କରିବା ଲାଗି କହିଥିଲେ ।
ମୁଖ୍ୟମନ୍ତ୍ରୀ ଓ ନବୀନ ସରକାରଙ୍କ ପ୍ରତି ଲୋକଙ୍କ ଅକୁଣ୍ଠ ସମର୍ଥନ ରହିଛି। ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଜନ ହୀତ କର କାର୍ଯ୍ୟକୁ ଭଲ ପାଉଛନ୍ତି ଏଣୁ ବିଜେଡି ପ୍ରାର୍ଥୀମାନଙ୍କ ବିଜୟ ନିଶ୍ଚିତ ବୋଲି ସାଂସଦ ସାମନ୍ତ ଆଶାବ୍ୟକ୍ତ କରିଛନ୍ତି । କେବଳ କର୍ମୀ ଓ ପ୍ରାର୍ଥୀମାନେ ଭୋଟରମାନଙ୍କ ନିକଟରେ ପହଞ୍ଚିବା ଦରକାର ବୋଲି କହିଥିଲେ । ସାଂସଦ ଡ଼.ସାମନ୍ତଙ୍କ ନିର୍ବାଚନୀରଣକୌଶଳ, ଲୋକସଂପର୍କ’ ନିଷ୍ଠାପର ଉଦ୍ୟମ,କାର୍ଯ୍ୟଦକ୍ଷତା, ଉନ୍ନୟନମୂଳକ କାର୍ଯ୍ୟ କେବେ ମଧ୍ଯ ବ୍ଯର୍ଥ ଯିବନି ବୋଲି କର୍ମୀମାନେ କହିଛନ୍ତି । କର୍ମୀମାନେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ ବୋଲି ପଣ କରିଛନ୍ତି କୁ ଆଡେ ।
ସେହିପରି ବିଜେପି ଓ କଂଗ୍ରେସ ନେତା ଓ କର୍ମୀମାନେ ମଧ୍ଯ ନିଜନିଜର ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଯୋ ରଦାର ଉଦ୍ୟମ ଚଳାଇଛନ୍ତି।

Leave a comment

Your email address will not be published. Required fields are marked *