#Exclusive

ପରିବା ତୋଳିବା ପାଇଁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ମହିଳା

ଢେଙ୍କାନାଳ : ପରିବା ତୋଳିବାକୁ ଯାଇ ମଙ୍ଗଳବାର ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ସଦର ରେଞ୍ଜ ବନାଞ୍ଚଳ ଚାଉଳିଆ ଗାଁରେ ଘଟିଛି। ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ମହିଳା ଜଣଙ୍କ ହେଲେ ବିନତୀ ଷେଣ୍ଢ (୪୨)। ମହିଳା ଜଣଙ୍କୁ ହାତୀ ଶୁଣ୍ଢରେ କଚାଡ଼ି ଦେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସୂଚନା ଯୋଗ୍ୟ, ଆଜି ଭୋର ପ୍ରାୟ ୫ଟା ୩୦ ସମୟରେ ବିନତୀ ଚାଉଳିଆ ଗାଁର ଯୋରନ୍ଦା ନାଳ ନିକଟରେ ଥିବା ତାଙ୍କ ଜମିରୁ ପରିବା ତୋଳିବା ପାଇଁ ଯାଇଥିଲେ। ମାତ୍ର ସେହି ସମୟରେ ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ତାଙ୍କ ଚିତ୍କାର ଶୁଣି ନିକଟରେ ଥିବା ଅନ୍ୟ ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ।

Leave a comment

Your email address will not be published. Required fields are marked *