#Breaking News #Uncategorized

କୋରନା ସଂକ୍ରମଣ ରୋକିବା ପାଇଁ ଦୁଇଦିନିଆ ସଟଡାଉନର ପ୍ରଭାବ, ଦୋକାନ ବଜ଼ାର ବନ୍ଦ, ରାସ୍ତା ଘାଟ ଶୂନଶାନ

ମହାମାରୀ କରୋନା ସଂକ୍ରମଣର ଦ୍ଵିତୀୟ ଲହର ଦ୍ରୁତ ଗତି ରେ ବୃଦ୍ଧି ପାଉଥିବା ରୁ ଏହାକୁ ରୋକିବାକୁ ରାଜ୍ୟସରକାର ଶନିବାର ଓ ରବିବାର ସଟ୍ ଡାଉନ ଘୋଷଣା କରିବା ପରେ ଆଜି କନ୍ଧମାଳ ଜିଲ୍ଲା ର ସଦରମହକୁମା ଫୁଲବାଣୀ ରେ ଦୋକାନ ବଜାର ସବୁ ବନ୍ଦ ରହିଛି l ପୋଲିସ ସହରରେ ପଇଁତରା ମାରିବା ସହ ବିଭି ନ୍ନ ଛକରେ ଯିବା ଆସିବା ଲୋକଙ୍କୁ ଯାଂଚ୍ କରୁଛି l କେବଳ ଜରୁରୀ କାଳୀନ ସେବା ବ୍ୟତୀତ ଦୋକାନ ବଜାର ସହ ଗାଡ଼ି ଚଳାଚଳସମ୍ପୂର୍ଣ ବନ୍ଦ ରହିଛି l ଫୁଲବାଣୀ ସହରରେ ଗୋଟେ ପ୍ଲାଟୁନ୍ପୋଲିସ ଫୋର୍ସ ସହ 4 ରୁ 5 ଜଣ ଅଫିସର ନିୟୋଜିତ କରାଯାଇଛି l ବାହାରୁ ଆସୁଥିବା ଲୋକ ମାନଙ୍କୁ ଫେରେଇ ଦିଆ ଯାଉଛି |କନ୍ଧମାଳ ଜିଲ୍ଲା ର ୯ ଟି ସ୍ଥାନରେ ଥିବା ପ୍ରବେଶ ପଥରେ ନାକା କରାଯାଇଛି l ଜିଲ୍ଲା ବାହାରୁ ଆସୁଥିବା ଲୋକ ମାନଙ୍କ ର ଦୁଇଦିନ ଭିତରେ ଥିବା କଭିଟ୍ ରିପୋର୍ଟ କୁ ଯାଞ୍ଚ କରାଯାଉଛି |
ଯଦି ପାଖରେ ରିପୋର୍ଟ ନଥାଏ ତାହାଲେ TMC ସେଣ୍ଟର ରେ କ୍ୱା ରେନ୍ ଟାଇନ୍ ରଖାଯିବାର ବ୍ୟବସ୍ଥା କରାଯାଇଛି l ସଟଡାଉନ ବେଳେ ବାହାରେ ନ ବୁଲି ଘରେ ସୁରକ୍ଷିତ ଭାବେ ରହିବାକୁ ପରାମର୍ଶ ଦେଇଛନ୍ତି ଫୁଲବାଣୀପୋଲିସ
ସେହିପରି ଜିଲ୍ଲାର ବାଲିଗୁଡା ,ଜିଉଦୟଗିରୀ ଆଦି ବିଭିନ୍ନ ଅଞ୍ଚଳରେ ସଟ ଡାଉନ ଯୋଗୁଁ ଦୋକାନବଜାର ଓ ଗାଡି ମଟ ର ଚଳାଚଳ ବନ୍ଦ ରହିଛି । ବିଭିନ୍ନ ଛକ ସ୍ଥାନରେ ପୋଲିସ ଗାଡି ମଟରରେ ଯିବାଆସିବା କରୁଥିବା ଲୋକ ଙ୍କୁ ଅଟକାଇ ଯାଞ୍ଚ କରୁଛି ।

Leave a comment

Your email address will not be published. Required fields are marked *