#Breaking News

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ସମ୍ମାନିତ ଓ ବରଗଡ଼ ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା


ବରଗଡ଼(ଉଲାପ୍ର)ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ଏକ ଟିମ୍ ସାଯ୍ୟକାର କରି ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ଏହା ସହିତ ବରଗଡ ର ପାରକିଙ୍ଗ ଓ ଅସହାୟ ଲୋକଙ୍କ ସେବା ଯୋଗାଇବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ମହାମାରୀ ସମୟରେ ବିଭିନ୍ନ ସେବା ମୂଲକ କାଯ୍ୟକ୍ରମ ବିଷୟରେ ଏସପି ଙ୍କୁ ଜଣାଇଥିଲ । ଜନ କଲ୍ୟାଣ ସେବା ଟ୍ରଷ୍ଟ ର ମାଗି ମାଗି ସେବା କରିବା ଶୁଣି ଅନୁଷ୍ଠାନ କୁ ଉଚ୍ଚ ପ୍ରଶଂସା କରିବା ସହିତ ନିସ୍ବାର୍ଥ ପର ଭାବେ ସେବା କରିବା ପାଇଁ ଜଣାଇଥିଲେ। ଦୁଇ ଚକିଆ ଗାଡ଼ି ଚାଳକ ଙ୍କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଜଣାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେ ଅନୁଷ୍ଠାନ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ, ମହିଳା ମୁଖ୍ୟ ମେନକା ବାଗ୍, ଆଜୀବନ ସଦସ୍ୟ ତଥା ସମାଜସେବୀ ଶ୍ରୀ ବାନୋଦ ଅଗ୍ରୱାଲ, ମିନା ତ୍ରୀପାଠୀ, ସୁରେଶ ସ୍ବାଇଁ, କୁନୁ ସ୍ୱାଇଁ, ରୁଷଭ ହୋତା, ସରେଜ ନାଏକ , ଜନ କଲ୍ୟାଣ ସେବା ଟ୍ରଷ୍ଟ ର ଦିଲ୍ଲୀ ର ମିଡିଆ ପ୍ରଭାରୀ ସୁନିଲ୍ କୁମାର ସୁଶାନ୍ତ ପରିଡା ଉପସ୍ଥିତ ଥିଲେ।
ପ୍ରକାଶ ଥାଉକି ଆଗାମୀ ଦିନରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଟ୍ରଫିକ ସଚେତନତା କାର୍ଯ୍ୟକ୍ରମ ସମସ୍ତ ଛକ ମାନଙ୍କ ରେ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରରିଛନ୍ତି ଅନୁଷ୍ଠାନ ର ସୂଚନା ଲୋକସମ୍ପର୍କ ଅଧିକାରୀ ଡକ୍ଟର ଅଜିତ କୁମାର ନାଥ।

Leave a comment

Your email address will not be published. Required fields are marked *