#Breaking News

କନ୍ଧମାଳ : ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

କନ୍ଧମାଳ,୬/୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଥାନା ଅଞ୍ଚଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ପୋସ୍କୋ ଅଦାଲତ ଅଭିଯୁକ୍ତ ଟୁନା ପ୍ରଧାନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୪ ମସିହା ଖରା ଛୁଟିରେ ନାବାଳିକା ସ୍କୁଲ ଛାତ୍ରୀ ଜଣଙ୍କ ହଷ୍ଟେଲରୁ ଆସି ନିଜ ଘରେ ଥିବାବେଳେ ଦିନେ ରାଇକିଆ କୁ ବହିକିଣିବାକୁ ଯାଇଥିଲା। ସେଠାରେ ଅଭିଯୁକ୍ତ ଟୁନା ପ୍ରଧାନ ତାକୁ ନିଜଘରକୁ ଡାକି ନେଇଥିଲା ଏବଂ ରାତିରେ ସେହି ଘରେ ତା ସହ ତାର ଇଛା ବିରୁଦ୍ଧରେ ଦୁଷ୍କର୍ମ କରିଥିଲା। ତାପରବର୍ତୀ ସମୟରେ ୨୦୧୫ ଜାନୁଆରୀ ମାସରେ ନାବାଳିକା ଜଣଙ୍କ ହଷ୍ଟେଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ହଷ୍ଟେଲ ସୁପରୀଟେଣ୍ଡେଣ୍ଟଙ୍କ ରିପୋର୍ଟ ଆଧାରରେ ଜି ଉଦୟଗିରି ଥାନା କେଶ ନମ୍ବର ୦୯/୨୦୧୫ ର ବିଚାର କରି ମାନ୍ୟବର ପୋକ୍ସ କୋର୍ଟ ର ବିଚାରପତି ସୌମ୍ୟକ ପାତ୍ର ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫୦୦୦ ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି । ପିଡିତାଙ୍କ ବୟସ ସେତେବେଳେ ୧୫ ବର୍ଷ ହୋଇଥିଲା।ସମୁଦାୟ ୧୬ ଜଣଙ୍କ ସାକ୍ଷ ପ୍ରମାଣକୁ ଭିତ୍ତିକରି କୋର୍ଟ ତାଙ୍କ ରାୟ ଶୁଣାଇଥିଲେ। ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଭାବେ ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ।

Leave a comment

Your email address will not be published. Required fields are marked *