#Breaking News #District

ଚୋରୀ ସମଗ୍ରୀ ଉଦ୍ଧାର, ଅଭିଯୁକ୍ତ ଗିରଫ


ଫୁଲବାଣୀ( ସୁନୀଲ ପଟ୍ଟନାୟକ)
ଫୁଲବାଣୀ ଟାଉନ୍ ଥାନା ପୋଲିସ କୁ ପୁଣି ମିଳିଛି ସଫଳତା l
ଫୁଲବାଣୀ ବ୍ଲକ ଛକ ନିକଟସ୍ଥ ମା ବରାଳଦେବୀ ଷ୍ଟୋର ରୁ ଗତ ମାସ ବୁଧବାର 30 ଅଗଷ୍ଟ ରାତିରେ ଦୁଇ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ଘଟଣାରେ ଫୁଲଵାଣୀ ଟାଉନ ଥାନା ପୋଲିସ ଅଭିଯୁକ୍ତ କୁ ଗିରଫ୍ କରିଛି । ଏହି ଚୋରି ଘଟଣାରେ ଦୁଇ ଅଭିଯୁକ୍ତ ମଧ୍ୟରୁ ଜଣକୁ ଗିରଫ କରିବା ସହ ତା ନିକଟ ରୁ ନଗଦ ଚାଳିଶ ହଜାର ଟଙ୍କା ଜବତ କରିଛି ଟାଉନ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ନୟାଗଡ଼ ଜିଲା ଗଣିଆ ଥାନା ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମର ରାଜା ରାମ ସ୍ୱାଇଁ ଓରଫ ରାଜା। ଅନ୍ୟ ଜଣେ ଅଭିଯୁକ୍ତ କୁ ପୋଲିସ ଖୋଜୁଛି।
ସୂଚନା ପ୍ରକାରେ ଦୋକାନ ମାଲିକ ତ୍ରିଲୋଚନ ମହାପାତ୍ର ଫୁଲଵାଣୀ ଟାଉନ ଥାନାରେ ଅଭିଯୋଗ କଲାପରେ ପୋଲିସ 223/23 ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏକ ଟିମ ଜରିଆରେ ଅଭିଯୁକ୍ତ ଉପରେ ନଜ଼ର ରଖିଥିଲା। ଏହି ଘଟଣାରେ ପୋଲିସ ସିସିଟିଭି ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଜଣକୁ ଅଟକ ରଖି ପଚାର ଉଚରା କରି ତଥ୍ୟ ସଂଗ୍ରହ। ଦୋକାନରେ କାମ କରୁଥିବା ରାଜା ସ୍ୱାଇଁ ଓ ତାର ଅନ୍ୟ ଜଣେ ସହଯୋଗୀ ମିଶି ସ୍କାଇଲାଇଟ ଭାଙ୍ଗି ଭିତରେ ପଶି ଚୋରି କରିଥିବା ଜଣାପଡ଼ିଛି। ପୋଲିସ ଏକ ଟିମ କରି ଅଭିଯୁକ୍ତକୁ ଗୋଡ଼ାଇ ଗୋଡ଼ାଇ ଗଣିଆ ରେ ପହଂଚି ଅନ୍ୟ ଅଭିଯୁକ୍ତ ମାନ ଙ୍କୁ ଠାବ କରିଥିଲା। କିନ୍ତୁ ଉକ୍ତ ଦିନ ଅଭିଯୁକ୍ତ ଜଙ୍ଗଲ ଭିତରକୁ ପଳାଇ ଫେରାର ହୋଇଯାଇ ଥିଲେ। ଆଜି ପୋଲିସ ଜଣେଅଭିଯୁକ୍ତକୁ ଗିରଫ କରିଥିବା ନେଇ ପୋଲିସ କହିଛି l

Leave a comment

Your email address will not be published. Required fields are marked *