#Breaking News #Uncategorized

ଏହି ୧୦ ଖାଦ୍ୟରେ ରହିଛି ଅମ୍ଳଜାନସ୍ତର ବଢ଼ାଇବାର କ୍ଷମତା: କରୋନା କାଳରେ ପ୍ରତ୍ୟହ କରନ୍ତୁ ସେବନ

ପ୍ରଦୂଷଣକୁ ନେଇ ବାୟୁମଣ୍ଡଳରେ ଅମ୍ଳଜାନସ୍ତର ଧିରେ ଧିରେ କମିବାରେ ଲାଗିଛି। ଏଭଳି ସମୟରେ କରୋନା ଭୂତାଣୁର ଦ୍ୱିତୀୟ ଲହର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରୋଗୀମାନଙ୍କ ଶରୀରରେ ଅମ୍ଳଜାନସ୍ତର କମୁଥିବା ଦେଖିବାକୁ ମିଳୁଛି। ଏଣୁ ଏବେ ଶରୀରରେ ଅମ୍ଳଜାନସ୍ତର ଠିକ୍‌ ରହିବା ଆବଶ୍ୟକ ହୋଇପଡ଼ିଛି। ଡାଏଟ୍‌ ଏକ୍ସପର୍ଟଙ୍କ ଅନୁସାରେ ଯଦି ଖାଦ୍ୟରେ ୧୦ଟି ସାମଗ୍ରୀ ସାମିଲ କରାଯାଏ ତେବେ ଶରୀରରେ ଅମ୍ଳଜାନର ସ୍ତର ନିୟନ୍ତ୍ରଣରେ ରହିପାରିବ।

୧୦ ଖାଦ୍ୟକୁ ପ୍ରତ୍ୟହ ସେବନ କରନ୍ତୁ:

-କଳା ଚଣା(ବୁଟ): କଳା ବୁଟରେ ଆଇରନ୍‌ ଭରପୂର ମାତ୍ରାରେ ଥାଏ। ଏହା ଶରୀରରେ ଅମ୍ଳଜାନସ୍ତର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏହାକୁ ସର୍ବଦା ସେବନ କଲେ ଶରୀରରେ ଅମ୍ଳଜାନ ପରିମାଣ ଭଲ ରହିଥାଏ।

-ସପୁରୀ: ବିଶେଷଜ୍ଞଙ୍କ ଅନୁସାରେ ସପୁରୀ ଶରୀରରେ ଇମ୍ୟୁନିଟି(ରୋଗ ପ୍ରତିରୋଧକ ଶକ୍ତି) ବଢ଼ାଇଥାଏ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ସି ରହିଥାଏ। ଏହାଛଡ଼ା ସପୁରୀରେ ଆଣ୍ଟି ଅକ୍ସିଡାଣ୍ଟ ତତ୍ୱ ଭରପୁର ଥାଏ। ଏହାକୁ ନିୟମିତ ସେବନ କଲେ ଶରୀରରେ ଅମ୍ଳଜାନସ୍ତର ଠିକ୍‌ ରହିଥାଏ।

-ତରଭୂଜ: ଏଥିରେ ପାଣିର ମାତ୍ରା ଅଧିକ। ଫଳରେ ଶରୀରରେ ପାଣିର ଅଭାବ ରହି ନ ଥାଏ। ଏଥିରେ ଥିବା ଭିଟାମିନ୍‌ ସି ଶରୀରରେ ରକ୍ତର ଅଭାବ ପୂରଣ ହେବା ସହ ଅକ୍ସିଜେନ୍‌ ସ୍ତର ନିୟନ୍ତ୍ରଣରେ ରହିବାରେ ସହାୟକ ହୋଇଥାଏ।

-ଷ୍ଟ୍ରବେରୀ: ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ପୋଲିଫେନୋଲ ଗୁଣ ରହିଥାଏ। ଏହା ଆମକୁ ସୁସ୍ଥ ରଖିଥାଏ। ଏହାଛଡ଼ା ଏଥିରେ ଥିବା ଭିଟାମିନ୍‌ ସି ଆମ ଶରୀରକୁ ଅନେକ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ।

-ସେଓ: ସେଓରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଅଧିକ। ଏହା ରୋଗ ଦାଉରୁ ରକ୍ଷା କରିଥାଏ। ଯଦି କେହି ନିୟମିତ ସେଓ ସେବନ କରନ୍ତି ତେବେ ଶରୀରରେ ଅମ୍ଳଜାନସ୍ତର ସଠିକ୍‌ ରହିଥାଏ।

-ଆମ୍ବ: ଆମ୍ବରେ ଭିଟାମିନ୍‌ ସି ରହିଛି। ଏହାକୁ ସେବନ କରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହାଛଡ଼ା ଅମ୍ଳଜାନସ୍ତର ନିୟନ୍ତ୍ରଣରେ ରହିଥାଏ।

-ଅଁଳା: ଏଥିରେ ଭିଟାମିନ୍‌ ସି ଅଧିକ ପରିମାଣରେ ଥିବା ଯୋଗୁ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏହାଛଡ଼ା ନିୟମିତ ସେବନ କଲେ ଶରୀରରେ ଅମ୍ଳଜାନସ୍ତର ନିୟନ୍ତ୍ରଣରେ ରହିଥାଏ।

-ଜିରା(ଭିଜା):
ଜିରା ଶରୀର ପାଇଁ ଲାଭଦାୟକ। ଏଥିରେ ଭରପୂର ମାତ୍ରାରେ ଆଇରନ୍‌ ମିଳିଥାଏ। ଶରୀରରେ ରକ୍ତର ଅଭାବକୁ ଏହା ଦୂର କରିବା ସହ ଅମ୍ଳଜାନସ୍ତର ନିୟନ୍ତ୍ରଣରେ ରଖିଥାଏ।
-ଭିଟାମିନ୍‌ ଡି ଯୁକ୍ତ ଅନ୍ୟାନ୍ୟ ଖାଦ୍ୟ: ଏହା ଶରୀରରେ ଅମ୍ଳଜାନସ୍ତର ନିୟନ୍ତ୍ରଣରେ ରଖିଥାଏ। ଏଣୁ କରୋନା ରୋଗୀମାନଙ୍କୁ ଏହାର ସେବନ କରିବାକୁ ପରାମର୍ଶ ଦିଆଯାଇଛି ।

Leave a comment

Your email address will not be published. Required fields are marked *