#Uncategorized

ଗିତାଞଳୀଙ୍କ ଅସ୍ବାଭାବିକ ଭାବେ ମୁଣ୍ଡରେ ମାଂସ ବଢୁଛି,| ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତାକୁ ଅନାଇ ବସିଛନ୍ତି ପରିବାର,


ଫୁଲବାଣୀ – (ଉଲାପ୍ର) ମୁଣ୍ଡରେ ଦିନକୁ ଦିନ ବଢୁଛି ମାଂସ , ଫୁଲବାଣୀ ଆସି ସଦର ମହକୁମା ଡ଼ାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇଲେ ଔଷଧପତ୍ର ଖାଇଲେ ହେଲେ ରୋଗ ଭଲ ହେଲନି | ବାହାରକୁ ଯାଇ ବଡ ବଡ ଡାକ୍ତରଙ୍କୁ ଦେଖାଇବା ଲାଗି ଗୀତାଞଳୀଙ୍କ ପାଖରେ ପଇସା ନାହିଁ | ସ୍ଵାମୀ ନିଳାଚଳ ଜଣେ ଦିନ ମଜୁରିଆ । ଯାହା ମୁଲ ଲାଗି ଆଣନ୍ତି ତାହା ଘର ଖର୍ଚ୍ଚରେ ଚାଲିଯାଉଛି | ଏଣୁ କେବଳ ସରକାରି ସାହାର୍ଯ୍ଯ ହିଁ ଏକମାତ୍ର ଭରସା |
ସ୍ଵାମୀ ଓ ଦୁଇ ପିଲାଙ୍କୁ ନେଇ ଗୀତାଞଳୀଙ୍କ ସଂସାର | ଆଗରୁ ସବୁକିଛି ଠିକ ଠାକ ଥିଲା | ଉଭୟେ ସ୍ଵାମୀ ନିଳାଚଳ ଓ ଗୀତାଞଳୀ ମିଶି ମୁଲକାମକୁ ଯାଉଥିଲେ | ଭଲ ରୋଜଗାର ହେଉଥିଲା | ହେଲେ ଗତ ୬ ବର୍ଷ ହେଲା ଗୀତାଞଳୀଙ୍କ ମୁଣ୍ଡରେ ଅସ୍ୱାଭାବିକ ଭାବେ ମାଂସ ବଢିବାରେ ଲାଗିଲା | ଫୁଲବାଣୀ ଯାଇ ଡାକ୍ତର ଦେଖାଇ ଔଷଧପତ୍ର ଖାଇଲେ | ହେଲେ ରୋଗ ଭଲ ହେଲାନି | ବଢ଼ିବାରେ ଲାଗିଛି | ଏଣେ ମୂଲ କାମକୁ ବି ଆଉ ଯାଇ ପାରୁନାହାଁନ୍ତି ଗୀତାଞଳୀ |
ଶାଶୁ ଘର ଟିକିରି ପଡ଼ା ଗାଁରେ ଥିଲେ ଗୀତାଞୀଳୀ | ହେଲେ ଗାଁ ଲୋକଙ୍କ ଟାହି ଟାପରା କେତେ ସହିବେ | ଶେଷରେ ଗାଁ ଛାଡ଼ି ଏବେ ବାପ ଘରେ ଫୁଲବାଣୀ ଗଉଡ଼ ପଡ଼ାରେ ରହୁଛନ୍ତି ଗୀତାଞଳୀ |

ପ୍ରଶାସନ ପକ୍ଷରୁ ମାତ୍ର ୫ହଜାର ଟଙ୍କା ମିଳିଛି | ସେତେକ ଲକ ଡ଼ାଉନ ସମୟରେ କାମଧନ୍ଦା ବନ୍ଦ ହୋଇଯିବା ଫଳରେ ଖାଇବା ପିଇବାରେ ସବୁ ସରିଗଲା | ଏବେ ପାଖରେ ପଇସାଟିଏ ମଧ୍ୟ ନାହିଁ | କଣ କରିବେ ଚିନ୍ତାରେ ସ୍ଵାମୀ ନିଳାଚଳ |

କୈଣସି ସହୃଦୟ ବ୍ୟକ୍ତି, ଜିଲ୍ଲା ପ୍ରଶାସନ କିମ୍ଵା କୌଣସି ସ୍ଵେଛାସେବୀ ଅନୁଷ୍ଠାନ ଆଗେଇ ଆସି ସହଯୋଗ ର ହାତ ବଢାଇଲେ ଗୀତାଞଳୀ ସୁସ୍ଥ ହୋଇ ପାରନ୍ତେ |

Leave a comment

Your email address will not be published. Required fields are marked *