#Breaking News #District

ସହକାରୀ ଶିକ୍ଷୟତ୍ରୀ ପାୟଲପଟନାୟକ ପାଇଲେ ଓଇଏସ

ଫୁଲବାଣୀ( ଉଲ୍ଲାପ୍ର )

ମେଧାବୀ ଛାତ୍ରୀ ତଥା ବର୍ତ୍ତମାନ ସ୍ଥାନୀୟ ରୁଜାଙ୍ଗି ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ପାୟଲ ପଟ୍ଟନାୟକ ଓଡ଼ିଶା ଶିକ୍ଷା ସେବା ଅଧିକାରୀ (ଓ ଇ ଏସ୍) ଭାବେ ମନୋନୀତ ହୋଇଛନ୍ତି। ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ ଦ୍ଵାରା ଅନୁଷ୍ଠିତ ପରୀକ୍ଷାର ଆଜି ଫଳାଫଳ ବାହାରିଥିବା ବେଳେ ସେ ୪୦ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି। ପାୟଲ ବିବାହିତ ହୋଇଥିବା ବେଳେ ତାଙ୍କର ଗୋଟିଏ ତିନି ବର୍ଷର କୁନି ପୁଅ ମଧ୍ୟ ରହିଛି। ସ୍ବାମୀ ସବ୍ୟସାଚୀ ଦାସ ବୌଦ୍ଧରେ ବ୍ଲକ କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି l ବାପା ପୂର୍ବତନ କର୍ମଚାରୀ ନେତା,ସମାଜସେବୀ ତଥା ଆଇନଜୀବୀ ବ୍ରଜକିଶୋର ପଟ୍ଟନାୟକ ଓ ମାଆ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଫୁଲବାଣୀ ରେ ଶିକ୍ଷୟତ୍ରୀ ଅଛନ୍ତି l
ମା ସୁଜାତା ପଟ୍ଟନାୟକଙ୍କ ପ୍ରେରଣା ଏବଂ ସ୍ଵାମୀଙ୍କ ଉତ୍ସାହରୁ ସଫଳତା ମିଳିଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ପାୟଲ। ଆଗକୁ ସିଭିଲ ସର୍ଭିସ ପାଇଁ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତିପାୟଲ l ଘର ପରିବାରଓ କୁନି ପୁଅ କଥା ବୁଝିବା ସହ ନିଜେ ସ୍କୁଲରେ ଶିକ୍ଷାୟତ୍ରି ଚାକିରି କରି ନିଷ୍ଠା ଓ ଆନ୍ତରିକତାର ସହ ପିଲାଙ୍କୁ ପାଠ ପଢ଼ାଇବା ସହନିଜର ଅଧ୍ୟବସାୟ ଜାରି ରଖିଥିଲେ ସେ।
ଫଳରେ ଆଜି ସେ ସଫଳତା ପାଇପାରିଛନ୍ତି l

Leave a comment

Your email address will not be published. Required fields are marked *