#Uncategorized

ପିପିଲି ବିଧାନସଭା ଉପ ନିର୍ବାଚନ ପାଇଁ ଅଖିଳ ଭାରତ ହିନ୍ଦୁ ମହାସଭାର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର, ଅଖିଳ ଭାରତ ହିନ୍ଦୁ ମହାସଭା ତରଫରୁ କଟକ ସେଲଟର ଛକ ଠାରେ ଆସନ୍ତା ପିପିଲି ଉପ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଘୋଷଣା ହେବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜୟ ପ୍ରକାଶ ସେଠୀ ଙ୍କ ନାମକୁ ଘୋଷଣା କରାଯାଇଛି । ଏହି ଅବସରରେ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଥିଲା, ଯେଉଁଥିରେ ଲୋକଙ୍କ ପାଇଁ ସେବା ଓ ସମର୍ପଣ ସହ କାମ କରିବେ ବୋଲି ଉଲ୍ଲେଖ କରିଛନ୍ତି। ଲୋକମାନେ ନିଶ୍ଚୟ ଆମକୁ ଆଶୀର୍ବାଦ ଦେବେ ବୋଲି ଦଳର ଉପାଧ୍ୟକ୍ଷ ଏବଂ ପ୍ରବକ୍ତା ଶାରଦା ପ୍ରସାଦ ମହାପାତ୍ର କହିଛନ୍ତି। ଉକ୍ତ ସଭାରେ ଦଳର ଅଧ୍ୟକ୍ଷା ଶ୍ରୀମତୀ ଗୀତା ଚୟନୀ, ଓଡ଼ିଶା ପ୍ରଭାରୀ ଚନ୍ଦନ ସାହୁ, ରାଷ୍ଟ୍ରୀୟ ସଚିବ ବିଜୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *