ନବେଢ଼ାରେ ଅଖିମୁଠି ଅନୁକୂଳ କଲେ ଯୁବସଙ୍ଗଠକ ଅଭୟ ବାରିକ

admin | April 26, 2020 | 83 views |0 | Exclusive


ଚାଷ କାମ ଯାହାର- କେଡେ ସୁଖ ତାହାର। ବର୍ଷ ରଗୋଟିଏ ଦିନକୁ ଚାହିଁ ରହି ଥାଏ ଚଷା ପୁଅ ,ତାର ଜମିରେ ଧରିତ୍ରୀ ମାତାକୁ କ୍ଷୀର ଚାଉଳ ,ଫୁଲ ଦେଇ ଗଉଣୀରେ ବର୍ଷ କର ବିହନ ଧାନ କୁ ମୁଣ୍ଡରେ ମୁଣ୍ଡାଇ ସକାଳୁ ନିଜ ଜମିରେ ଧରିତ୍ରୀ ମାତା କୁ ସମର୍ପଣ ଭାବରେ ମୁଣ୍ଡିଆ ମାରି ପୂଜା ଧାନକୁ ବିଲରେ ଅଖିମୁଠି ଅନୁକୂଳ କରିଥାଏ ଚାଷୀ ପୁଅ।ଜଣେ ପେଶା ରେ ରାଜନୈତିକ ସଙ୍ଗଠକ,

ତଥା ଜଣେ ଅବସରପ୍ରାପ୍ତ ସୈନିକ ଯାହାଙ୍କୁ ଦେଖିବା କୁ ମିଳିଥିଲା ଆଜି କଟକ ଜିଲ୍ଲାର ଆଠଗଡ ନବେଢ଼ା ଅଞ୍ଚଳର ଚାଷ କ୍ଷେତରେ। ଲକଡ଼ାଉନ କୁ ଆଖିଆଗରେ ରଖି ସାମାଜିକ ଦୁରତ୍ୱ ରକ୍ଷା କରି ଅଖିମୁଠି ଅନୁକୂଳ କରିଥିଲେ ଅଭୟ ବାରିକ। ଅଖି ତୃତୀୟା, ହେଉଛି ଚଷା ପୁଅର ବଡ଼ ଦିବସ।

ଏହି ଦିବସ ହେଉଛି ବଳରାମଙ୍କ ଜନ୍ମଦିନ,ଏହି ଦିବସରେ ଯାହାବି କରିବେ ସବୁ ଯେମିତି ଶୁଭ ହୋଇଥାଏ,ସେହି ଦୃଷ୍ଟି କୋଣରୁ ଆଠଗଡ ନିର୍ବାଚନ ମଣ୍ଡଳୀର ନବେଢ଼ା ଅଞ୍ଚଳର ସସାଙ୍ଗ ଗ୍ରାମରେ ଯୁବ ସଙ୍ଗଠକ ଅଭୟ ବାରିକ ଅଖି ମୁଠି ଅନୁକୂଳ କରି ଆଖିତୃତୀୟା ର ବିହନ ଧାନ ବୁଣିଛନ୍ତି ଶସାଙ୍ଗ ଗ୍ରାମରେ ।

,ରବିବାର ସକାଳେ ସମିତି ସଭ୍ୟ ଅନିଲ ସାହୁ,ଗ୍ରାମ ସମ୍ପାଦକ କିଶୋର ପ୍ରଧାନ ପ୍ରମୁଖ ଙ୍କ ସହଯୋଗ ରେ ଦଶ ଗୋଟି ହଳ ନେଇ ଅଭିରାମ ପ୍ରଧାନଙ୍କ ବିଲରେ ଅଖି ମୁଠି ଅନୁକୂଳ କରିଥିଲେ ଅଭୟ । କରୋନା କୁ ନେଇ ସାରା ବିଶ୍ୱ ଲକ ଡାଉନ ଥିବା ବେଳେ ସସାଙ୍ଗ ଗ୍ରାମରେ ଅଖି ମୁଠି ବୁଣିଲା ବେଳେ ଚାଷୀ ମାନେ ସାମାଜିକ ଦୂରତା ରଖିଥିଲେ,ଅଭୟଙ୍କ ଏଭଳି କାର୍ଯ୍ୟକ୍ରମ କୁ ସାଧାରଣ ରେ ବେଶ ପ୍ରସଂଶା କରାଯାଇଛି।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 29 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 295 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories