#Uncategorized

ଉତ୍କଳ ସମ୍ମିଳନୀ ମାହାଙ୍ଗା ଶାଖା ର ପଞ୍ଚମ ଅଧିବେଶନ ଅନୁଷ୍ଠିତ

ଉତ୍କଳ ସମ୍ମିଳନୀ ମାହାଙ୍ଗା ଶାଖା ର ପଞ୍ଚମ ଅଧିବେଶନ ମହାନ୍ ସନ୍ଥ ସାଧକ ଅରକ୍ଷିତ ଦାସ ଙ୍କ ସମାଧି ପିଠ ଓଳାଶୁଣୀ ଗୁମ୍ଫାରେ ରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମାହାଙ୍ଗା ଶାଖାର ସଭାପତି ବିଶ୍ବେଶ୍ବର ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ରୀୟ କମିଟି ର କର୍ମକର୍ତ୍ତା ବିଚିତ୍ରା ନନ୍ଦ ବଡଜେନା, ଭୂବନେଶ୍ବର ଶାଖାର ସଭାପତି ବିଭୂତି ଭୂଷଣ ମିଶ୍ର, NIC ର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ରବିନାରାୟଣ ବେହେରା ପ୍ରମୁଖ ଯୋଗ ଦେଇ ଉତ୍କଳ ସମ୍ମିଳନୀ ର ବର୍ତ୍ତମାନ ସମୟରେ ଆବଶ୍ୟକତା, ଆଭିମୁଖ୍ୟ ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ର ସୂରକ୍ଷା ଦିଗରେ ପ୍ରତ୍ଯେକ ଓଡ଼ିଆ ମାନେ ଅବଗତ ହେବା ସହ ନିଜ ନିଜର ଦାଇତ୍ବ ଓ କର୍ତ୍ତବ୍ୟ ସମ୍ପାଦନ କରିବା ବିଷୟରେ ଅଧିକ ଗୁରୁତ୍ବ ଦେଇଥିଲେ। ମାହାଙ୍ଗା ଶାଖାର କାର୍ଯ୍ଯକ୍ରମ ଗୁଡିକୁ ପ୍ରଶଂସା କରିବା ସହ ଆହୁରି ବ୍ଯାପକ କରିବା ପାଇଁ ଉପସ୍ଥିତ କର୍ମକର୍ତ୍ତା ମାନଙ୍କୁ ଉପଦେଶ ଦେଇଥିଲେ। ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ମାନେ ସେମାନଙ୍କର ମୂଲ୍ଯବାନ ମତ ଦେଇଥିଲେ। ଶାଖାର ସମ୍ପାଦକ ପ୍ରଶାନ୍ତ କୁମାର ପଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ବିବରଣୀ ପାଠ କରିଥିବା ବେଳେ ସହ ସମ୍ପାଦକ ଅଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଡଃ ଏକାଦଶୀ ପ୍ରଧାନ, ଧନେଶ୍ଵର ପ୍ରଧାନ, କବି ପ୍ରଶାନ୍ତ କର, ସନ୍ଧ୍ଯାରାଣୀ ମହାନ୍ତି, ସଂଗଠକ ଦୀନବନ୍ଧୁ ସାହୁ, ଅୟସକାନ୍ତ ସାମଲ, ଦୀପକ କୁମାର ବିଶ୍ଵାଳ, ରବିନ୍ଦ୍ର ରାଉତ, ସାମ୍ବାଦିକ ଅମରେନ୍ଦ୍ର ସିଂହ, ଦେବ ଜ୍ୟୋତି ଦାସ, ସତ୍ୟରଥି ବାରିକ, ବିରଜା ଦାସ ବଟକୃଷ୍ଣ ସାମଲ, ପ୍ରତାପ ବୀରବର ଶ୍ରୀଚନ୍ଦନ ପୃଷ୍ଟି, ପ୍ରମୂଖ ଯୋଗ ଦେଇଥିଲେ. ରାମଚନ୍ଦ୍ର ସାହୁ, ଦୀପକ ରଞ୍ଜନ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ସଭା ଆୟୋଯିତ ହୋଇଥିଲା.

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *