#Breaking News

ଖୁଣ୍ଟୁଣୀ ଠାରେ କଂଗ୍ରେସ ୨ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର


ଆଠଗଡ଼(ଉଲାପ୍ର) ଆଠଗଡ଼ ୨ ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରଂଜିତା ହେସା ଆଜି ଖୁଣ୍ଟୁଣୀ ପଂଚାୟତରେ ତାଙ୍କର ନିର୍ଵାଚନ ପ୍ରଚାର କରିଥିଲେ । ଶ୍ରୀମତୀ ହେସା ଖୁଣ୍ଟୁଣୀ-ରଂପେଇର ପ୍ରସିଦ୍ଧ ଗ୍ରାମଦେବତୀ ମା କନକଦୁର୍ଗାଙ୍କ ପୀଠରେ ସକାଳ ୧୦ ଟାରେ ପହଂଚିବା ପରେ ପ୍ରଥମେ ମାଙ୍କ ନିକଟରେ ପୂଜାର୍ଚନା କରିଥିଲେ । ତାଙ୍କ ସହିତ ଆଦିବାସୀ ନେତା ହରିଶ୍ଚନ୍ଦ୍ର ହାଇବ୍ରୁ ଓ ତାଙ୍କର ଅନ୍ୟ କେତେକ ସମର୍ଥକ ଉପସ୍ଥିତ ଥିଲେ । ପରେ ପରେ ଆଠଗଡ଼ର ବିଧାୟକ ପ୍ରାର୍ଥୀ, ପିସିସି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, କଟକ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି କିଶୋର କୁମାର ସାମନ୍ତରାୟ, ବରିଷ୍ଠ କଂଗ୍ରେସ କର୍ମୀ ସଚ୍ଚିଦାନନ୍ଦ ପଣ୍ଡା, ରଜନୀକାନ୍ତ ଜେନା, ବିଜୟ କୁମାର ସାହୁ, ରୋହିତ କୁମାର ମୁଦୁଲି , କିରଣ କୁମାର ମହାପାତ୍ର ଅଶୋକ ସେଠୀ, ସିଲୁ ସାହୁ, ସୁଧୀର କୁମାର ଦାଶ, ଶ୍ରୀଧର ଦଳେଇ, ଆଠଗଡ଼ ବ୍ଲକ କଂଗ୍ରେସ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଶ୍ରୀନିବାସ ବାରିକ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ଵ କଂଗ୍ରେସ ନେତା ଓ କର୍ମୀ ଏକ ଶୋଭା ଯାତ୍ରାରେ ଦୁର୍ଗ।ଙ୍କ ପୀଠରୁ ବାହାରି ରମ୍ପେଇ, ଖୁଣ୍ଟୁଣୀ, କୃଷ୍ଣଶ୍ୟାମପୁର, ଡ଼ାବର ଶବରପଲ୍ଲୀ, ପଥରକଟା, ନୃସିଂହପୁର ଇତ୍ୟାଦି ଗ୍ରାମ ବୁଲି କଂଗ୍ରେସ ପ୍ରାର୍ଥୀ ଶ୍ରୀମତୀ ହେସାଙ୍କ ହାତ ଚିହ୍ନରେ ଜିତାଇବାକୁ ଭୋଟରଙ୍କୁ ନିବେଦନ କରିଥିଲେ । ଜିଲ୍ଲାପରିସଦ ପ୍ରାଥିନୀ ଶ୍ରୀମତୀ ହେସା ଘରକୁ ଘର ବୁଲି ମା ଭଉଣୀଙ୍କ ସମେତ ଯୁବ ଭୋଟରଙ୍କୁ ହାତ ଯୋଡି ତାଙ୍କୁ ଥରୁଟିଏ ହାତ ଚିହ୍ନରେ ଭୋଟ ଦେଇ ପରୀକ୍ଷା କରିବାକୁ ଅନୁରୋଧ ମଧ୍ୟ କରିଥିଲେ । ଏଥିରେ ବହୁ ଯୁବ ଭୋଟର ପ୍ରଭାବିତ ହେଉଥିବା ଲକ୍ଷ କରାଯାଇଥିଲା । ସେ ନିର୍ବାଚିତ ହେଲେ ଗରିବ ମଧ୍ୟବିତଙ୍କ ଠାରୁ ସମସ୍ତ ବର୍ଗର ଲୋକଙ୍କ ସମସ୍ୟାକୁ ଜିଲ୍ଲା ସ୍ଥରରେ ଉପସ୍ଥାପିତ କରିବା ସହିତ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିବି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଶ୍ରୀମତୀ ହେସାଙ୍କୁ ସବୁ ଗ୍ରାମରେ ସମର୍ଥନ ମିଳିଥିଲା । ବିଶେଷ କରି ଆଦିବାସୀ ପଡା ରାଣୀବଣୀଆ ଠାରେ ଶ୍ରୀମତୀ ହେସା ଆଦିବାସୀ ମାନଙ୍କୁ ଆଦିବାସୀ ଭାଷାରେ ବୁଝାଇ ବେଶ ଆଦୃତ ହୋଇଥିଲେ ।

Leave a comment

Your email address will not be published. Required fields are marked *