#Exclusive

ଦୋଳ ମଣ୍ଡପରେ ନୂତନ ପାଞ୍ଜି ଶୁଭାରମ୍ଭ କଲେ ରାଜ ଜ୍ୟୋତିଷ ।

ଆଠଗଡ ଗଡଜାତର ଦୋଳମଣ୍ଡପ ରେ ଦୋଳପୁର୍ଣିମା ଉପଲକ୍ଷେ ନୂତନ ପାଞ୍ଜି ପାଠ ଅନୁଷ୍ଠିତ ହୋଇଯାଇଛି,ରାଜରାଜୁଡା ଶାସନ ସମୟରୁ ପରମ୍ପରା ଅନୁଯାୟୀ ରାଜ ଜ୍ୟୋତିଷ ସୌରୀ ଖଡ଼ିରତ୍ନଙ୍କ ପରିବାର ପାଞ୍ଜି ପାଠ କରିଆସୁଛନ୍ତି,

ଏହି ଅବସରରେ ପାଞ୍ଚ ପୁରୁଷ ଧରି ଚାଲି ଆସିଥିବା ଏହି ପାଞ୍ଜିପାଠ ଗତ ଦଶବର୍ଷ ହେଲା ଦୋଳମଣ୍ଡପ ରେ ବରିଷ୍ଠ ସାମ୍ବାଦିକ ଲଲାଟେନ୍ଦୁ ସେନାପତି ପାଞ୍ଜି ପାଠ କରି ଆସୁଛନ୍ତି,

ଚଳିତ ବର୍ଷ ବିଶ୍ୱ ପରିସ୍ଥିତି ମିଶ୍ରିତ ଫଳ ପ୍ରଦାନ କରିବ,ଭାରତ ପ୍ରତି ମଧ୍ୟ ମିଶ୍ରିତ ଫଳ ପ୍ରଦାନ କରିବା ସହିତ ଦେଶରେ ରାଜନୈତିକ ସ୍ଥିରତା ବଜାୟ ରହିବ,ଓଡ଼ିଶାରେ ମଧ୍ୟ ମିଶ୍ରିତ ଫଳ ଦେଖାଯିବାର ଥିବା ବେଳେ ଦର ଦାମ ବୃଦ୍ଧି ଯୋଗୁ ଜନ ଅସନ୍ତୋଷ ତୀବ୍ର ହେବ,ବନ୍ୟା, ବାତ୍ୟା,ପ୍ରାକୃତିକ ବିପର୍ଯ୍ୟୟ ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି।

Leave a comment

Your email address will not be published. Required fields are marked *