#Breaking News #Uncategorized

ପଦାମାଳ – ଗୋପାଳପୁର ସେତୁ ସାଧାରଣ ଲୋକଙ୍କ ରୋଜଗାରର ବାଟ ଫିଟାଇଛି।

ନରସିଂହପୁର (ଉଲାପ୍ର)
ନରସିଂହପୁର ବ୍ଲକ ର ପଦାମାଳ – ଗୋପାଳପୁର ଗ୍ରାମ ବର୍ଷାଦିନେ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଉଥିଲା। ଉଭୟ ଗ୍ରାମବାସୀ ଙ୍କ ଦୀର୍ଘ ଶହେ ବର୍ଷର ଦାବି ଆଜି ପୂରଣ ହୋଇପାରିଛି। ରାଜ୍ୟସରକାର ଙ୍କ ଗ୍ରାମ୍ଯଉନ୍ନୟନ ବିଭାଗ ଦୁଇ ଗ୍ରାମକୁ ଯୋଡ଼ିବା ପାଇଁ ଏକ ସୁଉଚ୍ଚ ସେତୁ ନିର୍ମାଣ କାର୍ଯ୍ୟ ସାରିବା ଫଳରେ ଗ୍ରାମବାସୀ ଙ୍କ ଯାତାୟତ ସୁଗମ ହେବା ସହ ଲୋକଙ୍କ ରୋଜଗାର ମଧ୍ୟ ବୃଦ୍ଧି ହୋଇଛି। ରାତିଅଧରେ ପଦାମାଳ ରୁ କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, କାନପୁର ଥାନା ଓ କାନପୁର ବଜାର ରୁ ନିତିଦିନିଆ ଖାଉଟି ଦ୍ରବ୍ୟ ସଂଗ୍ରହ, କାନପୁର ମହାବିଦ୍ୟାଳୟ କୁ ଛାତ୍ରଛାତୀ ଙ୍କ ଯିବାଆସିବା ସୁବିଧା ହୋଇଛି। ପଦାମାଳ ଗ୍ରାମ ନିକଟ ଓ ମହାନଦୀ ତଟ ଦେଶରେ ବିଦ୍ୟମାନ୍ ବାଣେଶ୍ଵର ପିଠ କିନ୍ତୁ ଅବହେଳିତ ଅବସ୍ଥାରେ ରହିଛି। ମନ୍ଦିରକୁ ଯିବାଆସିବା ପାଇଁ ଆକର୍ଷଣୀୟ ଓ ସ୍ଥାୟୀ ପାହାଚର ମରାମତି, ପିଈବା ପାଣିର ସୁବିଧା ଓ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସମ୍ପୂର୍ଣ୍ଣ ଉଦାସୀନ ବୋଲି ପଦାମାଳ ର ପୂର୍ବତନ ସରପଞ୍ଚ ରାଜକିଶୋର ରାଉତ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଏହାର ସମାଧାନ ପାଇଁ ଆଗେଇ ଆସିବା ଉଚିତ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Leave a comment

Your email address will not be published. Required fields are marked *