#Uncategorized

ଡ୍ରାଇଭିଂ ଲାଇସେନ୍ସ ପାଇବା ଏବେ ଆଉ ସହଜ ହେବନି, ଜାଣନ୍ତୁ ସରକାରଙ୍କ ନୂଆ ନିୟମ ଓ କିଭଳି ଦେବାକୁ ହେବ ଟେଷ୍ଟ


ନୂଆଦିଲ୍ଳୀ,୧୮।୩: ସଡକ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାର ପକ୍ରିୟାରେ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁସାରେ, ଡ୍ରାଇଭିଂ ଲାଇସେନ୍ସ ଜାରି କରିବା ପୂର୍ବରୁ ଆପ୍ଲାଇ କରିଥିବା ବ୍ୟକ୍ତିଙ୍କର ଭିଡିଓ ଟ୍ୟୁଟୋରିଆଲ ଦେଖାଯିବ। ଡ୍ରାଇଭିଂ ଟେଷ୍ଟର ଏକ ମାସ ପୂର୍ବରୁ ଦେଖାଯାଉଥିବା ଏହି ଭିଡିଓ ଟ୍ୟୁଟୋରିଆଲରେ ସେଫ୍ ଡ୍ରାଇଭିଂ ସମ୍ପର୍କିତ ସୂଚନା ଦିଆଯିବ। ଏହାଛଡା ଆବେଦନକାରୀଙ୍କର ଦୁର୍ଘଟଣା ପୀଡିତ ପରିବାର ସହିତ ମଧ୍ୟ ଆଲୋଚନା କରାଯିବ। ଏଭଳି କରିବା ଦ୍ବାରା ରାସ୍ତା ଉପରେ ନିଜର ଓ ଅନ୍ୟର ଜୀବନର ଗୁରୁତ୍ବକୁ ଗ୍ରହଣ କରିହେବ।ନୂଆ ନିୟମ ନଭେମ୍ବର ୨୦୨୧ ରୁ ଲାଗୁ ହେବ। ନିୟମ ଅନୁସାରେ, ଯଦି ଆପଣଙ୍କ ପାଖରେ ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ଅଛି ଓ ଆପଣ ଟ୍ରାଫି ରୁଲ୍ ଭାଙ୍ଗିଛନ୍ତି ତେବେ ଆପଣଙ୍କୁ ସେଫଟି ସାର୍ଟିଫିକେଟ୍ କୋର୍ସ ପାସ୍ କରିବାକୁ ହେବ। ଆପଣଙ୍କୁ ଏଥିପାଇଁ ରିଫ୍ରେସର କୋର୍ସ ପୁରା କରିବାକୁ ୩ ମାସ ସମୟ ମିଳିବ। ଏହି କୋର୍ସ ପୁରା କରିଥିବା ଡ୍ରାଇଭରଙ୍କ ଆଧାର କାର୍ଡକୁ ଡ୍ରାଇଭିଂ ଲାଇସେନ୍ସ ସହିତ ଯୋଡା ଯିବ, ଯାହାଫଳରେ ତାଙ୍କର ଡ୍ରାଇଭିଂ ଟ୍ରାକ୍ କରିହେବ।  କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ  ମନ୍ତ୍ରଣାଳୟ (MoRTH) ଏବେ ସେଫ ଡ୍ରାଇଭିଂକୁ ନେଇ କଡା ନିମୟ ଆଣିବାକୁ ଯାଉଛି।

Leave a comment

Your email address will not be published. Required fields are marked *