#Breaking News #State #ରାଜ୍ୟ ଖବର

ଆକସନ ମୋଡ଼ ରେ ପୋଲିସ
ଗୋଛାପଡା ପୋଲିସ ର ଚଢ଼ାଉ
୧୨ କୁଇଣ୍ଟାଲ ରୁ ଉର୍ଦ୍ଧ ଗଂଜେଇଜବତ,ଜଣେ ଗିରଫ


ଫୁଲବାଣୀ (ସୁନୀଲ ପଟନାୟକ )
ଗଂଜେଇ ମାଫିଆ ଙ୍କୁ ସାବାଡ଼ କରିବାଲାଗି ଏବେ ଆକସନ ମୋଡ଼ ରେ କନ୍ଧମାଳ ପୋଲିସ l
କ ନ୍ଧମାଳ ପୋଲିସ ଏସପି ସୁଧାଂଶୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ରବିବାର ଗୋଚ୍ଛା ପଡ଼ା ପୋଲିସଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନେତ୍ତୃତ୍ଵରେଲୁଇସିଂ ପଂଚାୟତ ର ଋକପଦ ର ଘାଟି ରେ ପେଟ୍ରୋଲିଙ୍ଗ ବେଳେ ରେ ଚଢ଼lଉ କରିଦୁଇଟି ପିକଅପ ଭ୍ୟାନସହ ୧ ୨ କୁଇଣ୍ଟାଲ ଅଠଚାଳିଶ କିଲୋ ଗଂଜେଇ ଜବତ କରିଛନ୍ତି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ଟିମ ଚଢ଼ାଉ କରି ବାର କୁଇଣ୍ଟାଲ ରୁ ଉର୍ଦ୍ଧ ଗଂଜେଇ ଜବତ କରିବା ସହ ଏଥିରେସମ୍ପୃକ୍ତ ବୌଧ ଜିଲ୍ଲା କଣ୍ଟାମଳ ନିକଟବର୍ତୀ କମା ଘାଟ ଗ୍ରାମ ର ପ୍ରଦୀପ ବଡ଼ ଛାଟ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଥା ଥାନା ଅଧିକାରୀ ରଂଜିତ କୁମାର ମୁନି କହିଛନ୍ତି l
ଜବତ ଗୋଟିଏ ଗାଡି ର ରେଜିଷ୍ଟ୍ରେ ସନ ନମ୍ବର ନଥିବାବେଳେ ଅନ୍ୟ ଗାଡି OD O5AC4478ବୋଲି ଥାନା ଅଧିକାରୀ ମୁନି କହିଛନ୍ତି l

ଗୋଛାପଡା ପୋଲିସ ୩ ୭ /୨୩ ରେ ମାମଲା ରୁଜ୍ଜୁ କରିଥିବା ଥାନା ଅଧିକାରୀ ମୁନି କହିଛନ୍ତି l

ଥାନା ଅଧିକାରୀ ଥାନା ଅଧିକାରୀମୁନି ଗଂଜେଇ ମାଫିଆ ଙ୍କୁ ସା ବାଡ଼ କରିବାରେ ସଫଳ ହୋଇଛନ୍ତି lଫଳରେ ଅଂଚଳରେକୋକୁଆ ଭୟ ସୃଷ୍ଟିହୋଇଛି l ଗତ ମାସକ ମଧ୍ୟରେ ଗୋଛାପଡା ପୋଲିସ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ପ୍ରାୟ ପଚାଶ କୁଇଣ୍ଟାଲ ରୁ ଉର୍ଦ୍ଧ ଗଂଜେଇ ଜବତ କରି ନିଜର ଦକ୍ଷତା ପ୍ରମାଣିତ କରିଛି l

Leave a comment

Your email address will not be published. Required fields are marked *