#Crime

ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣିଲେ, ଟଙ୍କା ନନେଇ ପାରି ବାଇକ୍‌ ନେଇଗଲେ

ବାଲେଶ୍ୱର(ବ୍ୟୁରୋ):ବାଲେଶ୍ୱରରେ ଚାଞ୍ଚଲ୍ୟ । ଦିନ ଦ୍ୱିପ୍ରହରରେ ବ୍ୟାଙ୍କ ଏଜେଣ୍ଟକୁ ହାଣି ଲୁଟି ନେଲେ ବାଇକ୍ । ଆଜି ଅପରାହ୍ନରେ ସଦର ଥାନା ଧୂଷୁଳି ନିକଟରେ ବ୍ୟାଙ୍କ ଏଜେଣ୍ଟଙ୍କ ହାତକୁ ହାଣି ଫେରାର ହୋଇଯାଇଛନ୍ତି ତିନି ଜଣ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛିା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।  ଟଙ୍କା ନେବା ପାଇଁ ବ୍ୟାଙ୍କ ଏଜେଣ୍ଟକୁ ହାଣି ଥିଲେ ହେଲେ ଟଙ୍କା ନେଇ ନପାରି ବାଇକ୍ ନେଇ ପଳାଇଛନ୍ତି।ସୂଚନା ଅନୁଯାୟୀ, ଚାନ୍ଦିପୁର ଥାନା ଅଧୀନସ୍ତ ଝଗଡ଼ପାରି ଅଞ୍ଚଳର ବିଦ୍ୟାଧର ସାମଲ ନାମକ ଜଣେ ଯୁବକ ସ୍ଥାନୀୟ ସମବାୟ ସମିତି ଜଣେ କର୍ମଚାରୀ। ସେ ଆଜି କଲେକ୍ସନ ପାଇଁ ଯାଇଥିଲେ। ତେବେ ଟଙ୍କା କଲେକ୍ସନ କରି ଫେରୁଥିବା ବେଳେ ଧୂଷୁଳି ଓ ବାଲିପାଳ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ। ଏହି ସମୟରେ ବିଦ୍ୟାଧର ବିରୋଧ କରିଥିଲେ।ଦୁର୍ବୃତ୍ତମାନେ ତାଙ୍କ ଠାରୁ ଟଙ୍କା ବ୍ୟାଗ୍‌ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ସେ ନଦେବାରୁ ତାଙ୍କୁ ପିଟାମରା କରିଥିଲେ। ଏହି ସମୟରେ ବିଦ୍ୟାଧର ତଳେ ପଡ଼ିଯିବାରୁ ଦୁର୍ବୃତ୍ତମାନେ ତାଙ୍କ ବାଇକ୍‌ ଛଡ଼ାଇ ନେଇ ପଳାଇଥିଲେ।

Leave a comment

Your email address will not be published. Required fields are marked *