#Uncategorized

କଣ୍ଠଶିଳ୍ପୀ ଭିକାରୀ ମହ ମଦଙ୍କ ପରଲୋକ

ଖଣ୍ତପଡାର ଗର୍ବ ଓ ଗୌରବ ତଥା ସାରା ଓଡ଼ିଶାରେ ଦିତୀୟ ସାଲବେଗ ଭାବେ ସୁପରିଚିତ ବିଶିଷ୍ଟ କଣ୍ଠଶିଳ୍ପୀ ଭିକାରୀ ମହମ୍ମଦଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି।ସ୍ବର୍ଗତ ମହମ୍ମଦ ଜଣେ ଆଗଧାଡିର କଣ୍ଠଶିଳ୍ପୀ ଭାବେ ବେଶ ସୁନାମ ଅର୍ଜନ କରିଥିଲେ।ପିଲାଟି ଦିନରୁ ଭଜନ ପରିବେଷଣ କରୁଥିବା ଏହି ଜଗନ୍ନାଥପ୍ରେମୀଙ୍କୁ ନେଇ ସମଗ୍ର ରାଜ୍ୟବାସୀ ବେଶ ଗୌରବ ଅନୁଭବ କରି ଥାନ୍ତି।ତାଙ୍କ ବିୟୋଗରେ ରାଜ୍ୟର କଳା ଜଗତରେ ଏକ ଅପୁରଣୀୟ କ୍ଷତି ଘଟିଲା ବୋଲି ଏକ ଶୋକ ବାର୍ତ୍ତାରେ ଖଣ୍ତପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ସିର୍ଦ୍ଧାର୍ଥ ଶେଖର ସିଂହ ପୂର୍ବତନ ମନ୍ତ୍ରୀ ତଥା ଉପବାଚସ୍ପତି ବିଭୂତି ଭୂଷଣ ସିଂହ ମର୍ଦ୍ଧରାଜ ପୂର୍ବତନ ବିଧାୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *