#Breaking News #Uncategorized

କଳାବଜାରୀ କୁ ରୋକିବା ପାଇଁପ୍ରଶାସନ ଓ ପୋଲିସର ଚଢାଉ


ଫୁଲ ବାଣୀ- (ସୁନୀଲ ପଟନାୟକ) କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ରୋକିବା ପାଇଁ ସରକାର ମେ ୫ ରୁ୧୯ଯାଏ ୧୪ଦିନିଆ ଲକ ଡ଼ାଉନ ଘୋଷଣା କରିବା ଫଳରେ ଏହାର ସୁଯୋଗ ନେଇ ହାତଗଣତି କିଛି ମୁନାଫା ଖୋର ବ୍ୟବସାୟିମାନେ ଡ଼ାଲି ଚାଉଳ, 6 ତଲ,ଆଳୁ ଓ ପିଆଜ ଆଦିର ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଚ଼ଢ଼ା ଦରରେ ବିକ୍ରି କରିବାଲାଗି ମସୁଧ ।କରୁଥିବା ଅଭିଯୋଗ ହେବା ଫଳରେ ଗୁରୁ ବାର ପୋଲିସ ପ୍ରଶାସନ ପକ୍ଷରୁ ସହର ର ବିଭିନ୍ନ ହୋଲସେଲ ଦୋକାନ, ଗୋଦାମ ଉପରେ ଚଢ଼ାଉ କରିବା ସହ ଷ୍ଟକ ଆଦି ଯାଞ୍ଚ କରିଥିଲେ।
ଦୋକାନରେ ଷ୍ଟକଲିଷ୍ଟ ମାରିବା ସହ ଠିକ ଓଜନ ଓ ଦରରେ ଗ୍ରାହକମାନଙ୍କୁ ଜିନିଷପତ୍ର ଦେବା ଲାଗି ତାଗିଦ କରିଥିଲେ।ଚଢାଉ ବେଳେ ଉପଜିଲ୍ଲାପାଳ,ଜିଲ।ଯୋଗାଣ ଅଧିକାରୀ, ପୋଲିସ ଏସଡିପିଓ ପ୍ରମୁଖଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।
ସେହିପରି ବାଲିଗୁଡ଼ା, ଜିଉଦୟଗିରୀ ସମେ ତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପୋଲିସ ଓ ପ୍ରଶାସନ ପକ୍ଷରୁ କଳାବଜାରୀ କୁ ରୋକିବା ପାଇଁ ସତର୍କ ଦୃଷ୍ଟି ରଖାଯାଇଛି ।
ତେବେ ଜିଲ୍ଲାରେ ଖାଦ୍ୟସାମଗ୍ରୀ ମହଯୁଦ ଅଛି ବ୍ୟସ୍ତ ହେବାର କିଛିନାହିଁ. ଅଜଥା ଭିଡ଼ ନଜମାଇ ଆବଶ୍ୟକତା ଅନୁସାରେ ଜିନିଷ କିଣନ୍ତୁ ବୋଲି କନ୍ଧମାଳ ଏସପି ଭିନିତ ଅଗ୍ରୱ। ଲ କହିଛନ୍ତି ।
ସେହିପରି ଘରେ ରୁହନ୍ତୁ ।ସୁସ୍ଥ ରୁହନ୍ତୁ ଆବଶ୍ୟକସ୍ଥଳେ ପଦାକୁ ଆସିଲେ ମାସ୍କପିନ୍ଧିବା ସହ , ସାମାଜିକ ଦୂରତା ରକ୍ଷା କରିବା, ବାରମ୍ଵାର ହାତ ସାନିଟାଇଜ କରିବାଲାଗି ପରାମର୍ଶ ଦେଇ ଛନ୍ତି ଏସପି ଅଗ୍ରୱାଲ, l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *