#Breaking News

ଟାୱାର ପ୍ରତିଷ୍ଠା ଦାବୀ ରେଜ଼ିଲ୍ଲା ପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ


ଫୁଲବାଣୀ -7/10(ସୁନୀଲ ପଟନାୟକ )
ବୁଧବାର ଟାୱାର ପ୍ରତିଷ୍ଠା ଦାବିରେ ଖଜୁରୀପଡା ବ୍ଲକ ର ଆଡାସୀପଡା ପଂଚାୟତ ରେଏକ ମୋବାଇଲ ଟାୱାର ପ୍ରତିଷ୍ଠାଦାବୀ କରି ପଂଚାୟତ ବାସି ଜ଼ିଲ୍ଲା ପାଳ ଙ୍କ କାର୍ଯ୍ୟା ଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହଏକ ଦାବିପତ୍ର ଜ଼ିଲ୍ଲାପାଳ ଙ୍କଉଦେଶ୍ୟରେ ପ୍ରଦାନ କରିଥିଲେ l
ସେମାନ ଙ୍କ ଯୁକ୍ତି ହେଲା ଯେ ଫୁଲବାଣୀ ସହର ଠାରୁ ମାତ୍ର କୋଡିଏ କିଲୋମୀଟର ଦୂରରେ ଆଡା ସୀପଡା ଗାଁ ଅବସ୍ଥିତ ହେଲେ
ଏଯାଏଁ ମୋବାଇଲ ଟାୱାର ଟିଏ ପ୍ରତିଷ୍ଠା ନହେବା ଫଳରେ ଲୋକେ ନାହିଁନଥିବା ଅସୁବିଧା ର ସମ୍ମୁ ଖୀ ନ ହେଉଥିବା କହିଛନ୍ତି l
ଏ ନେଇ ସାଂସଦ, ବିଧାୟକ, ଵି ଏସ ଏନ ଏଲ. କତୃପକ୍ଷ ଙ୍କୁ ଜଣାଇଥିଲେ ମଧ୍ୟ ଫଳ ଶୂନ l
ଏଣୁ ଅତିଶୀଘ୍ର ଟାୱାର ନିର୍ମାଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସନ୍ତୋଷ କୁ ମାର ଶତପଥୀ, ସାଧୁ ଚରଣ ସାହାଣୀ. ଜାନକୀ ନାୟକ, ରେବଟି ସାହାଣୀ, ରୂପ ବତୀ ପ୍ରଧାନ ପ୍ରମୁଖ ଧ ମ କ ଦେଇ ଛନ୍ତି l

Leave a comment

Your email address will not be published. Required fields are marked *