#Breaking News #Uncategorized

ପୋଲିସ ପକ୍ଷରୁ ମାସ୍କ ଯାଞ୍ଚ କଡାକଡି– ୧୩୦୦୦ ଟଙ୍କା ତଣ୍ଡ ଆଦାୟ


ଜି.ଉଦୟଗିରି– — କରୋନାର ଦିତୀୟ ଲହର ପ୍ରଭାବରେ ଦୈନିକ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଛି। ଏଥିରେ ରୋକ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ପୂର୍ବରୁ ପ୍ରଚାର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଛି ।ତଥାପି କିଛି ଅମାନିଆ ଏହାକୁ ଖାତିର କରୁନଥିବାରୁ ସେମାନଙ୍କୁ ସାବାଡ କରିବାପାଇଁ ରାଜ୍ୟରେ ଯାଞ୍ଚକୁ କଡାକଡି କରାଯାଉଥିବା ବେଳେ ଆଜି ଜି.ଉଦୟଗିରି ପୋଲିସ ଏସ ଆଇ କୌଶଲ୍ୟା ବେହେରା,ଏଏସଆଇ ପ୍ରମୋଦ କୁମାର ଦୀପ ପ୍ରମୁଖ ସ୍ଥାନୀୟ ବନ୍ଧ ଛକ ଠାରେ ମାସ୍କ ଯାଞ୍ଚ କରି ମାକ୍ସ ପିନ୍ଧି ନଥିବା ଅମାନିଆଙ୍କ ଠାରୁ ତଣ୍ଡ ଆକାରରେ ୧୩୦୦୦ ଟଙ୍କା ଆଦାୟ କରିଥିବା ନେଇ ଏସ ଆଇ ସୁଶ୍ରୀ ବେହେରା ସୂଚନା ଦେଇଛନ୍ତି। ରାଇକିଆ ରୁ ଜଗଦୀଶ ଦାଶ

Leave a comment

Your email address will not be published. Required fields are marked *