#Breaking News

ଜିଲ୍ଲା ପ୍ରଶାସନ ଦ୍ବାରା କୋଭିଡ ଯୋଦ୍ଧା ଙ୍କୁ ସମ୍ମାନିତ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲା ର ୧୪ କୋଭିଡ ଯୋଦ୍ଧା ଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ପଦ୍ମନାଭ ବେହେରା ଟ୍ରଫି ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ପ୍ୟାରେଡ଼ ପଡ଼ିଆରେ ଅନୁଷ୍ଠିତ ସମ୍ମାନିତ ଉତ୍ସବ ରେ ଏତଲା ସିଏଚସିର ଡାକ୍ତର ତ୍ୟାଗ ରାଜ ସିଂ ଏବଂ ମେଲଛାମୁଣ୍ଡା ର ମେଡିକାଲ ଅଫିସର ଡାକ୍ତର ଦେବାଶିଷ ରଥଙ୍କୁ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ। ସେହିପରି ବରପାଲି ସିଏଚସି ର ନର୍ସି° ଅଫିସର ପ୍ରଭାତ ହୋତା, ବରଗଡ଼ ଟୀକାକରଣ କେନ୍ଦ୍ର ର ମହିଳା ସ୍ଵାସ୍ଥ୍ୟ କର୍ମୀ ଶ୍ରୀମତୀ ଜୟନ୍ତୀ ଛୁରିଆ ଖୁଣ୍ଟିଆ, ବିଜେପୁର ବ୍ଲକ ପଡା ଗ୍ରାମ ର ଆଶା କର୍ମୀ ଅଞ୍ଜଳି ନାଏକ, ବରଗଡ଼ ର ଅଙ୍ଗନବାଡ଼ି କର୍ମୀ ଅହଲ୍ୟା ପଣ୍ଡା, ଅତାବିରା ର ଅଙ୍ଗନବାଡ଼ି କର୍ମୀ ସୁଶ୍ରୀ ଲିଜା ସାହୁ, ବରଗଡ଼ ଟାଉନ ଥାନା ପୋଲିସ ର ଏ ଏସ ଆଇ ପ୍ରେମରାଜ ସାହୁ, ଟ୍ରାଫିକ ପୋଲିସ ଅନ୍ତର୍ଯ୍ୟାମୀ ସାହୁ, ବରଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ମିଖାଇଲ କେରକେଟା ଏବଂ ମନୋଜ ଷଣ୍ଢ, ବରଗଡ଼ ମ୍ୟୁନିସିପାଲଟି ର ସଫେଇ କର୍ମଚାରୀ କେଶବ ଗୁର୍ଲା ଓ ମାଳିକା ସୁନା ଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା। ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *