#Breaking News #Uncategorized

ଲକ ଡ଼ାଉନ ବେଳେକେନ୍ଦୁପତ୍ର ଆଦିବାସୀ ମହିଳାଙ୍କୁ ରୋଜଗାର ଦେଇଛି


ଫୁଲବାଣୀ-(ସୁନୀଲପଟନାୟକ)

  • କରେ । ନାର ଦ୍ୱିତୀୟ ଲହର ସଂକ୍ରମଣ ରୋକିବା ପାଇଁ ସରକ।ରଚଳିତବର୍ଷ ପୁଣି ଗତ ମେ ୫ ରୁ ଲକ ଡାଉନ ଘୋଷଣା କରିଛନ୍ତି । ଫଳରେ ଏହା ଗରୀବଲୋକଙ୍କ ଜିବନ ଜୀବିକା ଉପରେ ଢେର ପ୍ରଭାବ ପକାଇଛି। ଲୋକେ ଜୀବିକା ହରାଇ ଦୁଃଖକଷ୍ଟରେ ଚଳୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ କେନ୍ଦୁପତ୍ର ଗରୀବ ଆଦିବାସୀ ମହିଳାଙ୍କ ମୁହଁରେ କିଛିଟା ହସ ଫୁଟାଇଛି।
    ତେବେ କାଳ ବୈଶାଖି ବର୍ଷା ଚଳିତ ବର୍ଷ କେନ୍ଦୁପତ୍ର ନଷ୍ଟ କରିଦେଇଛି । ତଥାପି ଯାହାକିଛି ସଂଗ୍ରହ କରିଥିଲେ ସେ ପଇସା ବି ମିଳିନି କେନ୍ଦୁପତ୍ର ତୋଳାଳୀଙ୍କୁ ।

ସୁଚନାଯୋଗ୍ୟଯେ-ଗତବର୍ଷକରେ । ନା ସଂକ୍ରମଣ ଯୋଗୁଁ ସରକାର ଲକ ଡ଼ାଉନ ଘୋଷଣା କରିଥିଲେ ଫଳରେ ଆଶା ଆଶଙ୍କାରେ ଥିବା କେନ୍ଦୁପତ୍ର ତୋଳାଳୀଙ୍କୁ ପତ୍ର ତୋଳିବା ଲାଗି ସରକାର । ଶେଷରେଅନୁମତି
ଦେବାପରେ କେନ୍ଦୁପତ୍ର ତୋଳିଲେ ।
ଏବର୍ଷ କିନ୍ତୁ ଭଲ କେନ୍ଦୁପତ୍ର ଆସିବ ଆଉ ତାକୁ ବିକ୍ରିକରି ଭଲ ଦି ପଇସା ପାଇବେ ବୋଲି ଭାବିଥିଲେ । ହେଲେ ଏଥର ବି କରେ। ନା ପାଇଁ ପୁଣି ଲକଡ଼ା ଉନ, ଆଉ ତା ସାଙ୍ଗକୁ କାଳବୈଶାଖି ବର୍ଷା କେନ୍ଦୁପତ୍ର ଉଜାଡି ଦେଇଛି। ଆଉ ସେ ଭିତରେ ଯାହା ବି କେନ୍ଦୁପତ୍ର ସଂଗ୍ରହ କଲେ ତାର ପ୍ରାପ୍ୟ ମଧ୍ୟ ସେମାନେ ଏଯାଏ ପାଇନଥିବା ଜଣାପଡିଛି ।

ଚଳିତବର୍ଷ ଫୁଲ ବାଣୀ କେନ୍ଦୁପତ୍ର ବିଭାଗ ପକ୍ଷରୁ ଫୁଲବାଣୀ, ଗୋଛାପଡ଼ା ଇଷ୍ଟ, ଗୋଛାପଡ଼ା ୱେଷ୍ଟ, ବାଲିଗୁଡ଼ା, ତୁମୁଡିବନ୍ଧ, ଭଞନଗର, ଦଶପଲା ଆଦି ୭ ଟି ରେଜଂ ଦ୍ଵାରା ପ୍ରାୟ ୧୩ ହଜାର ମେଟ୍ରିକ ଟନ କେନ୍ଦୁ ପତ୍ର ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା ତେବେ ୧୨ ହଜାର ମେଟ୍ରିକ ଟନ୍ ସଂଗ୍ରହ ହୋଇଛି, ଅଦିନିଆ ବର୍ଷା ଯୋଗୁ ଧାର୍ଯ୍ୟ ଲକ୍ଷ୍ୟ ପୁରଣ ହୋଇପାରିଲାନି । ସେହିପରି କେନ୍ଦୁପତ୍ର ସଂଗ୍ରହ ପୂର୍ବରୁ ଗୋଛା କଟେଇ ଫଡିଗୃହ ମରାମତି ବାବଦରେ ପ୍ରାୟ ୧କୋଟି ଟଙ୍କା ଖର୍ଚ କରୁଛି ବିଭାଗ।
ଜିଲାରେ ପ୍ରାୟ ୫୦ ହଜାର କେନ୍ଦୁପତ୍ର ତୋଳାଳୀ ଅଛନ୍ତି। ଆଉ ପ୍ରତିବର୍ଷ କେନ୍ଦୁପତ୍ର ତେ।ଳି ସେମାନେ ଜିବିକା ନିର୍ବାହ କରନ୍ତି । ତେବେ ସେମାନଙ୍କୁ ନିୟମିତ ବୋନସ କିମ୍ବା ଅନ୍ୟାନ୍ୟ ସହାୟତା ମିଳୁ ନ ଥିବା ଅଭିଯୋଗ କରିଛନ୍ତି କେନ୍ଦୁପତ୍ରତୋଳାଳୀମାନେ।

ତେବେ ଏନେଇ କେନ୍ଦୁପତ୍ର ଡିଏଫଓ ପତିତପାବନ ପରିଡ଼ାଙ୍କୁ ପଚାରିବାରେ ସେ ବୁଶକଟିଙ୍ଗ ବାବଦ ଟଙ୍କା ଲୋକଙ୍କୁ ପ୍ରଦାନ କରାଯାଇସାରିଛି । ତେବେ କେନ୍ଦୁପତ୍ର ତେ।ଳାଳୀଙ୍କ ପତ୍ର ବାବଦ ପ୍ରାପ୍ୟ ଓ ବୋନସ ପ୍ରଦାନ ପାଇଁ ଅର୍ଥ ଅନୁବାନ ଆସିଯାଇଛି ଆଉ ଅତି ଶିଘ୍ର ସେମାନଙ୍କ ପ୍ରାପ୍ୟ ବ୍ୟାଙ୍କ ଏକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି କହିଛନ୍ତି।
ଏହିକରେ । ନା ମହାମାରୀ ସମୟରେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ଅତି ଶିଘ୍ର ପ୍ରାପ୍ୟ ପ୍ରଦାନ କରାଗଲେ ସେମାନେ ବେଶ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେମତପ୍ରକାଶ ପାଇଛି ।

Leave a comment

Your email address will not be published. Required fields are marked *