#Breaking News #District

ସ୍ଵଛ ଭାରତ ଅଭିଯାନ ନେଇ ସଚେତନ କଲେ ବିଡ଼ିଓ


ଫୁଲବାଣୀ (ସୁନୀଲ ପଟନାୟକ )
ନିଜେ ହାତରେଝାଡୁ ଧରି ସଫେଇ କରି ଲୋକଙ୍କୁ ପୁଣି ସଚେତନ ର ବାର୍ତ୍ତା ଲୋକଙ୍କ ନିକଟରେ ପହଂଚାଇବା ପାଇଁ ପ୍ରୟାସ କରିଛନ୍ତିକନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର l
ଅଫିସ ଛୁଟିଥିବାରୁ ସକାଳୁ ସକାଳୁ ବିଡ଼ିଓ ପାତ୍ର ସୀମନବାଡୀ ରେ ପହଂଚି କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ସାଥିରେ ନେଇ ସଫେଇ ଆରମ୍ଭ କରିଥିଲେl ସୀମନବାଡୀ ବଜାର ଠୁ ଆରମ୍ଭ କରି ଶିବ ମନ୍ଦିର ରୋଡ଼, ସାହୁ ନଗର, ଜଗନ୍ନାଥ ମନ୍ଦୀରରୋଡ଼ ରେ ପଡିଥିବା ଅଳିଆ ଆବର୍ଜନା ଆଦି ସଫା କରିଥିଲେ l ସିମନ ବାଡି ଠାରେ ପଂଚୁ ଦଣ୍ଡ ଅନୁଷ୍ଠିତ ହେଉଥିବାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେବେ l ଲୋକମାନଙ୍କ ସ୍ୱାସ୍ଥ୍ୟ ର ସୁରକ୍ଷା ଦୃଷ୍ଟିରୁ ବିଡ଼ିଓ ପାତ୍ର ଏହି ସଫେଇ କାର୍ଯ୍ୟ ହାତକୁନେଇଥିଲେ l
ବିଡ଼ିଓ ପାତ୍ର ପଚିଶ ପଂଚାୟତ ବିଶିଷ୍ଟ ଜିଲାର ଏତେବଡ଼ ବ୍ଲକ ର ସମସ୍ତ ଜନସାଧାରଣଙ୍କ ସମସ୍ୟା ବୁଝିବା ସହ ଅଂଚଳର ବିକାଶ ପ୍ରତି ନିଷ୍ଠା ଓ ଆନ୍ତରିକତା ର ସହ ଦୃଷ୍ଟି ଦେଉଥିବା ଲୋକେ କହିଛନ୍ତି l
ସେହିପରି ଲୋକଙ୍କ ସ୍ୱାର୍ଥ, ସାମାଜିକ ସୁରକ୍ଷା ପ୍ରତି ଦୃଷ୍ଟି ଦେବାସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରି ଲୋକଙ୍କ ସାମାଜିକ ଓ ଅର୍ଥ ନୈତିକ ବିକାଶ ପ୍ରତି ମଧ୍ୟ ଦୃଷ୍ଟି ଦେଉଥିବାରୁ ବିଡ଼ିଓ ପାତ୍ରଙ୍କ କାର୍ଯ୍ୟଶୈଳୀ କୁ ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ, ମହିଳା ସଂଗଠନ ବେଶ ପ୍ରଶଂସା କରିଛନ୍ତି l

Leave a comment

Your email address will not be published. Required fields are marked *