#Breaking News #District

ପରିବହନଵିଭାଗ ଓ ପୋଲିସ ପକ୍ଷରୁ
ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହ ସ୍ପେଶାଲ ଡ୍ରାଇଭ


ଫୁଲବାଣୀ (ସୁନୀଲ ପଟନାୟକ )
ରାଜ୍ୟ ପରିବହନ ବିଭାଗ ଏନ ଫୋର୍ସମେଣ୍ଟ ଅତିରିକ୍ତ କମିଶନର ଙ୍କ ନିର୍ଦେଶ କ୍ରମେ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହ ରେ ସବୁଦିନ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ଜିଲ୍ଲାର ସମସ୍ତ ଥାନା ଓ ଫାଣ୍ଡି ଅଂଚଳରେ କଡ଼ାକଡ଼ିଭାବେ ଗାଡିମଟର ଯାଞ୍ଚ କରାଯାଇ ପର୍ଯ୍ୟାପ୍ତ ଆକାରରେ ଫାଇନ ଆଦାୟ ଓ ଆବଶ୍ୟକ ସ୍ଥଳେ ଗିରଫ କରି କୋର୍ଟ ଚାଲାଣ କରିବା ଲାଗି ଲକ୍ଷ୍ୟ ରଖାଯାଇଥିବା ବିଭାଗ ସୂତ୍ରରୁ ଜଣାପଡିଛି l
ଏହି ସମୟ ମଧ୍ୟରେ ବିନା ଲାଇସେନ୍ସ ରେ, ବିନା ହେଲମେଟ ରେ ଗାଡିଚଲା ଉଥିଲେ ୨ ୫ ହଜାର ଟଙ୍କା ଯାଏ ଫାଇନ ଆଦାୟ କରାଯିବ l
ନାବାଳକ ଧରାପଡ଼ିଲେ ଗାଡି ମାଲିକ ଙ୍କୁ କୋର୍ଟ ଚାଲାଣ କରାଯିବ l
ଏହା ବ୍ୟତୀତ ଦ୍ରୁତ ଗତି ରେ ବାଇକ ଚଲାଇବା, ମଦ୍ୟପାନ କରି ବାଇକ ଚଲାଇବା, ଗାଡିର କାଗଜପତ୍ର, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିଲେ ଯାଞ୍ଚ କରାଯାଇ ଚାଲାଣ କାଟିବ ପୋଲିସ l ଏହି ସମୟ ମଧ୍ୟରେ ସେ ଯିଏ ହେଉନା କାହିଁକି ଆଦୌ ଛଡ଼ାଯିବ ନାହିଁ ବୋଲି କନ୍ଧମାଳ ଆରଟିଓ ଶିଶିର କୁମାର ସାହୁ ସୂଚନା ଦେଇଛନ୍ତି l
ବିଶେଷ କରି ବେପରୁଆ ଭାବେଦ୍ରୁତ ଗାଡିଚାଳନା ଯୋଗୁଁ ଦିନକୁ ଦିନ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଫଳରେ ଯାଞ୍ଚ କୁଏହି ସପ୍ତାହ ରେ କଡାକଡି କରାଯିବ ବୋଲି ଆରଟିଓ ସାହୁ କହିଛନ୍ତି l ଜିଲାରେ ବର୍ଷ କୁ ବର୍ଷ ରାସ୍ତା ଦୂର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ରୁ ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି l

Leave a comment

Your email address will not be published. Required fields are marked *