#Breaking News

ସୋହେଲା ପଞ୍ଚାୟତ ସମିତି ର ନୂତନ ସଭା ଗୃହ ଉଦଘାଟିତ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ସୋହେଲା ପଞ୍ଚାୟତ ସମିତିର ନବ ନିର୍ମିତ ସଭା ଗୃହ ରାଜ୍ୟ ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଦ୍ବାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ନୂତନ ସଭା ଗୃହ ରେ ସମିତି ର ୯ମ ଏବଂ ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ଵ ରଞ୍ଜନ କର ଓ ସମସ୍ତ ସମତି ସଭ୍ୟ ସଭ୍ୟା, ସରପଞ୍ଚ ଏବଂ ବ୍ଲକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *