#Breaking News

ମିଡ଼ିଆ ଫରୋମ ପକ୍ଷରୁ ଓଡିଆ ସାମ୍ବାଦିକ ଦିବସ ପାଳିତ


ଫୁଲ ବାଣୀ-(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ମିଡ଼ିଆ ଫରୋମ ପକ୍ଷରୁ ଫୁଲ ବାଣୀ ପ୍ରେସକ୍ଲବଠାରେ ଓଡ଼ିଆ ସାମ୍ବାଦିକ ଦିବସ ପାଳନ କରାଯାଇଥିଲା ।
ଏହି ଅବସରରେ ଫରୋମର ସଭାପତି ସୁନୀଲ ବିଶ୍ଵାଳଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ବରୀଷ୍ଠ ସାମ୍ବାଦିକ ତଥା ଫରୋମର ଉପଦେଷ୍ଟ । ସୁନୀଲ ପଟନାୟକ . ପ୍ରେସକ୍ଲ ବ
କାର୍ଯ୍ୟକାରୀ ସଭାପତି ସନ୍ତୋଷିଦିଗଲ, ସଦାଶିବ ପାତ୍ର, ପ୍ରଣ୍ଟ ଲାଇନ ମିଡିଆର କାର୍ଯ୍ୟ କ।ରି ସଭାପତିବ୍ରଜ ନନ୍ଦ, ପ୍ରେସ କ୍ଳବ ସାଧାରଣ ସଂପାଦକ ଅଜିତ ମହାରଣା, ସତ୍ୟନାରାୟଣ ବେହେରାପ୍ରମୁଖ ଯୋଗ ଦେଇ ଓଡ଼ିଆ ସାମ୍ବାଦିକ ଦିବସର ତାତ୍ପର୍ଯ୍ୟ ଓ ସାମ୍ୱାଦିକମାନଙ୍କ ସୁରକ୍ଷା ନେଇ ମତବ୍ୟକ୍ତ କରିଥିଲେ । ଏଥି ସହ ସାମ୍ବାଦିକ ଓ ସମ୍ବାଦପତ୍ର ସର୍ବଦା ନିରପେକ୍ଷତା ଅବଲମ୍ବନ କରିବା ଉଚିତ ବୋଲି ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ କହିଥିଲେ । ଓଡ଼ିଆ ସାମ୍ୱାଦିକ ଦିବସ କୁ ରାଜ୍ୟର ଗ୍ରାମାଞ୍ଚଳରୁ ଆରମ୍ଭ କରି ରାଜ୍ୟସ୍ତରରେ ମଧ୍ୟ ପାଳନ କରିବା ଉଚିତ ବୋଲି କହିଥିଲେ । ସରକାର ମଧ୍ୟ ଏହି ଦିବସକୁ ମାନ୍ୟତା ଦେବା ପାଇଁ ସଂଗଠନଗୁଡିକ ପକ୍ଷରୁ ଦାବୀ କରାଯିବା ଦରକାର ବୋଲି ଏହି ଅବସରରେ ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଫରୋମ ର ସଂପାଦକ ସୂର୍ଯ୍ୟନାରାୟଣ ବେହେରା ସ୍ଵାଗତ ଭାଷଣ ଦେଇଥିବାବେଳେ ଫ୍ରଣ୍ଟ ଲାଇନ ମିଡ଼ିଆ ସଂଗଠନର ସଭାପତି ସୁଜିତ ବେହେରା ଧନ୍ୟବାଦ ଦେଇଥିଲେ । ,
ଅନ୍ୟମାନଙ୍କ ମଧ୍ଯରେ ତ୍ରିନାଥ ସାହୁ, ଶିବ ବିଶ୍ଵାଳ, ବଦ୍ୟନାଥନା ଏକ, ରାକେଶ ରାଉତ, ହୁରଞ୍ଜନ ସେଠୀ, ପ୍ରଶାନ୍ତ ଜେନା, ରମେଶ ପ୍ରଧାନ , ଦଃୁଖିଶ୍ୟାମ ପ୍ରଧାନ, ହିମ। ନସୁବେହେରା ,ବିଶ୍ଵରଂଜନ ସାମନ୍ତରାଏ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *