#Uncategorized

ଆଠଗଡ କଂଗ୍ରେସ ଦଳ ତରଫରୁ ଦ୍ୱିତୀୟ ଦିନ ପାଇଁ ବନ୍ୟା ପ୍ରପିଡ଼ିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଆଠଗଡ(ଉଲାପ୍ର)ଆଠଗଡ କଂଗ୍ରେସ ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ,ବଡନାଉପୁଟ ଓ ହାଟମାଳ ଗ୍ରାମ ପଂଚାୟତ ର ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ଗ୍ରାମଗୁଡିକୁ ଯାଇ ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ପ୍ରତିନିଧି ଦଳ ର ନେତୃତ୍ୱ ନେଇଥିଲେ ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି ର ବରିଷ୍ଠ ନେତା ଉମାବଲ୍ଲଭ ରଥ। ଏହି ପ୍ରତିନିଧି ଦଳ ଗଦାଧରପୁର ପଂଚାୟତ ର କୋଇଲି କନ୍ୟା, ରଘୁରାମପୁର, ହାଟମାଳ ପଞ୍ଚାୟତ ର ବିଷ୍ଣୁପୁର,ବଡ ନାଉପୁଟ ପଞ୍ଚାୟତ ର ଖଣ୍ଡହତା ସାଇ କଲୋନୀ ପ୍ରଭୃତି ଗ୍ରାମକୁ ଯାଇ ବନ୍ୟାପରିସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ବନ୍ୟାଦ୍ୱାରା ଚାଷ ସମ୍ପୂର୍ଣ ଉଜୁଡିଯାଇଛି,ଚାଷୀଙ୍କୁ ସମ୍ପୂର୍ଣ ଆର୍ଥିକ ସହାୟତା ଦେବା ସହ ସମସ୍ତଙ୍କୁ ଫସଲ ବୀମା ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଖଣ୍ଡହତା ନିକଟରେ ମହନଦୀବନ୍ଧ ରେ ପାଞ୍ଚଶହ ଫୁଟ ର ଏକ କଂକ୍ରିଟ ପାଚେରୀ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଥିଲେ। ଏହି ପ୍ରତିନିଧିମଣ୍ଡଳୀ ରେ ତିଗିରିଆ କଂଗ୍ରେସ ର ବରିଷ୍ଠ ନେତା ମେହେବୁବ ଅହମଦ ଖାଁ,ସରୋଜ ଦାଶ, ମନୋରଞ୍ଜନ ଦାଶ, ଆଠଗଡ ଯୁବକଂଗ୍ରେସ ସଭାପତି ମନୋରଞ୍ଜନ ପଟ୍ଟନାୟକ, ଯୁବ କଂଗ୍ରେସ ନେତା ବିକ୍ରମ ରାୟ ସାମନ୍ତ,ଚନ୍ଦନ ସାହୁ, ପ୍ରଶାନ୍ତ କୁମାର ବେହେରା, ଅଭିନାଶ ପ୍ରଧାନ, ରଞ୍ଜନ କୁମାର ସେଠୀ, ଦେବବ୍ରତ ଦାସ, ଶରତ ସେଠୀ, ମନୁଶ୍ରୀ ନାୟକ, ରାକେଶ କୁମାର ବେହେରା, ଶ୍ରୀତମ ଦାସ, ଉମଶ ସାମଲ, ଦେବୀପ୍ରସାଦ ସାହୁ, ସର୍ବଜିତ୍ ସେଠୀ ପ୍ରମୁଖ ଯାଇ ଚୁଡା,ଚିନି ଓ ବିସ୍କୁଟ ଯୁବକଂଗ୍ରେସ ପକ୍ଷରୁ ବଣ୍ଟନ କରିଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *