#Breaking News #District

ପାବୁରିଆ ବରିଗୁଡ଼ା ରାସ୍ତା ଅବସ୍ଥା ଶୋଚନୀୟ


ଫୁଲବାଣୀ( ସୁନୀଲ ପଟ୍ଟନାୟକ
କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରୀଆ ଠାରୁ ଗୁଟିଙ୍ଗିଆ ଯିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି l ପୂର୍ତ୍ତ ବିଭାଗ ଦ୍ଵାରା ନିର୍ମାଣ ରାସ୍ତା ଗତ ବର୍ଷେ ହେଲା ମରଣ ଯନ୍ତା ପାଲଟିଛି l ବିଶେଷ କରି ପବୁରିଆ ଛକ ଠାରୁ ବରିଗୁଡ଼ା ଯାଏଁ ରାସ୍ତା ଅବସ୍ଥା ବହୁତ ସୋଚୋନୀୟ ହୋଇପଡିଛି l ରାସ୍ତା ସାରା ଖାଲ ଖମା ରେ ଭର୍ତ୍ତି ହୋଇ ପାଣି ଜମି ରହୁଛି l ଫଳରେ ଗମନା ଗମନ ବାଧାପ୍ରାପ୍ତ ହୋଇଛି l ବେଳେ ବେଳେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛିl ରାସ୍ତା କାମ ନିମ୍ନ ମାନର ହୋଇଥିବାରୁ ରାସ୍ତା ଖରାପ ହୋଇଗଲା l ଏ ନେଇ ଯନ୍ତ୍ରୀ କେଦାର ନାୟକ ଙ୍କୁ ଅଭିଯୋଗ କଲେ ବି ଫଳ ଶୂନ l
ଏହି ରାସ୍ତା ସମ୍ପ୍ରସାରଣ ପାଇଁ ଅର୍ଥ ଅନୁଦାନ ଆସିଥିଲେ ବି ଟେଣ୍ଡର ପ୍ରକ୍ରିୟା ବିଳମ୍ବ ଯୋଗୁଁ କାମ ହୋଇପାରୁଥିବା କୁହାଯାଇଛି l
ତୁରନ୍ତ ରାସ୍ତା ନିର୍ମାଣ କରିବାପାଇଁ ସାଧାରଣ ରେ ଦାବୀ ହେଉଛି l

Leave a comment

Your email address will not be published. Required fields are marked *