#Exclusive

ମ୍ୟାଟ୍ରିକ ପରୀକ୍ଷାରେ ଇଂରାଜୀ ଉତ୍ତର ଲେଖୁଥିଲା ନକଲି ପରୀକ୍ଷାର୍ଥୀ

ପୁରୀ (ମମ): ମ୍ୟାଟ୍ରିକ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଶିକ୍ଷା ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି। ଏହା ସତ୍ତ୍ୱେ ଆଜି ଜଣେ ନକଲି ପରୀକ୍ଷାର୍ଥୀ ଇଂରାଜୀ ପରୀକ୍ଷା ଦେଉଥିଲା। ପୁରୀ ସଦର ଥାନା ପୁଲିସ ସମ୍ପୃକ୍ତ ନକଲି ପରୀକ୍ଷାର୍ଥୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେ ଅନ୍ୟ ଜଣେ ଛାତ୍ର ପାଇଁ ପରୀକ୍ଷା ଦେଉଥିବା ଜଣାପଡ଼ିଛି।ମ୍ୟାଟ୍ରିକ୍‌ ପରୀକ୍ଷାରେ ଆଜି ଥିଲା ଇଂରାଜୀ। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଆରମ୍ଭ ହୋଇଥିଲା। ତେବେ ବାସୁଦେବପୁରର କନକଦୁର୍ଗା ହାଇସ୍କୁଲ କେନ୍ଦ୍ରରେ ପରୀକ୍ଷା ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀ ହାବଭାବ ଉପରେ ସନ୍ଦେହ ପ୍ରକଟ କରିଥିଲେ ପ୍ରଧାନ ଶିକ୍ଷକ ଓ ଇନ୍‌ଭିଜିଲେଟର। ପରେ ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ। ଜିଲ୍ଲା ଶିକ୍ଷାଧୀକାରୀଙ୍କ ଏନେଇ ପୁରୀ ସଦର ଥାନାକୁ ସୂଚନା ଦେଇଥିଲେ। ପୁଲିସ ସ୍କୁଲରେ ପହଞ୍ଚି ନକଲି ପରୀକ୍ଷାର୍ଥୀଙ୍କୁ ଅଟକ ରଖି ପଚରାରଉଚାର କରୁଛନ୍ତି। ପୂର୍ବ ପରୀକ୍ଷା ଦେଇଛନ୍ତି କି ନାହିଁ ଓ କିଭଳି ଭାବେ ପରୀକ୍ଷାର୍ଥୀ ତାଙ୍କର ପରିଚୟ ପତ୍ରକୁ ଜାଲ କରି ପରୀକ୍ଷା ଦେଉଛନ୍ତି ତାହା ତଦନ୍ତ କରାଯାଉଛି।

Leave a comment

Your email address will not be published. Required fields are marked *