#Breaking News

ଆରପାରିରେ ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ବାଳ

ସମ୍ବଲପୁର:-ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ସକାଳେ ପରଲୋକ ଘଟିଛି । ସମ୍ବଲପୁର ଜିଲା ପରମାଣପୁର ବାର ଡୁଙ୍ଗରିସ୍ଥିତ ତାଙ୍କର ଘରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବୟସରେ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, କିଛି ଦିନ ତଳେ ଗାଧୁଆ ଘରେ ପଡିଯାଇ ସେ ଗୁରୁତର ହୋଇଥିଲେ । ପରେ ବୁର୍ଲା ଭୀମସାର ମେଡ଼ିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ତେବେ ବାର୍ଦ୍ଧକ୍ୟ ଯୋଗୁ ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ନ ଥିଲେ । ଦୀର୍ଘ ଦିନ ହେଲା ଘରେ ଶଯ୍ୟାଶାୟୀ ଥିଲେ। ସମ୍ବଲପୁରୀ ସାହିତ୍ୟରେ ତାଙ୍କର ଅବଦାନ ବେଶ ଅତୁଳନୀୟ ଥିଲା। ୧୯୮୧ରେ ସେ ଲେଖିଥିବା ସମ୍ବଲପୁରୀ ନାଟକ ଭୁଖା ବହୁ ପ୍ରସିଦ୍ଧି ତଥା ଲୋକପ୍ରିୟତା ହାସଲ କରିଥିଲେ। ଏହା ସମ୍ବଲପୁରୀ ସାହିତ୍ୟକୁ ନୂଆ ଦିଗଦର୍ଶନ ଦେଇଥିଲା। ଏହାପରେ ଏହି ନାଟକକୁ ଆଧାର କରି ସମ୍ବଲପୁରୀ ଫିଲ୍ମ ଭୁଖା ତିଆରି ହୋଇଥିଲା । ଯାହା ବହୁ ଲୋକପ୍ରିୟ ହେବା ସହ ଅନ୍ତର୍ଜାତୀୟ ପ୍ରସିଦ୍ଧି ହାସଲ କରିଥିଲା। ସେ ସମ୍ବଲପୁରର ଆକାଶବାଣୀ କେନ୍ଦ୍ରର ପ୍ରଥମ ଗୀତିକାର ଭାବେ ସ୍ବୀକୃତି ପାଇଥିଲେ।

Leave a comment

Your email address will not be published. Required fields are marked *