#Breaking News

ପ୍ରଶାସନ ପକ୍ଷରୁ ତାଲିକା ପ୍ରସ୍ତୁତି ନିଜ ଅଞ୍ଚଳର କର୍ମଚାରୀ ବଦଳୀ ହେବେ


ଫୁଲ ବାଣୀ- ୨୧ /୧୦(ସୁନୀଲପଟନାୟକ)
ଆସନ୍ତା ଫେବୃୟାରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ନିମନ୍ତେ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ନିର୍ବାଚନ ପୂର୍ବରୁ ନିଜ ଅଞ୍ଚଳରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ଅନ୍ୟ ଆଡ଼େ ବଦଳୀ କରାଯିବ। ପ୍ରଶାସନିକ ଅଧିକାରିଙ୍କୁ ଜିଲ୍ଲାପାର କରାଯିବା ଏଣୁ ପ୍ରଶାସନ ପକ୍ଷରୁ ତାଲିକା ପ୍ରସ୍ତୁତି କରି ଆସନ୍ତା ନଭେମ୍ବର ୧୫ ତାରିଖ ସୂଧା ସରକାରଙ୍କ ନିକଟକୁ ପଠାଯିବ।
ସେହିପରି କର୍ମଚାରୀ ଓ ଅଧିକାରୀ ଙ୍କୁ ତୁରନ୍ତ ବଦଳୀ କରିବାକୁ ନିର୍ବାଚନ କମିଶନ ଆଦିତ୍ୟ କୁମାର ପାଢି ବୁ ଧବାର ମୁଖ୍ୟଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ ମତେ ଏବେ ସବୁ ଜିଲ୍ଲାରେ ନିଜ ଅଞ୍ଚଳରେ କାମକରୁଥିବା କର୍ମଚାରୀ ଓ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି । କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ,ଜି ଉଦୟଗିରି, ଖଜୁରୀପଡ଼ା ଆଦି ବ୍ଲ୍କ୍କ୍କ୍କରେ ସ୍ଥାନୀୟ ଅଫିସର ବିଡିଓ ଭାବେ କାମ କରୁଥିବା ବେଳେ ତହସିଲଦାର ଭାବେ ମଧ୍ୟକାର୍ଯ୍ୟରତ କିଛିଅଧିକାରୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣା ପଡିଛି । ତେବେ ବର୍ଷବର୍ଷ ଧରି ଜିଲ୍ଲାରେ ଆଡ଼ଡ଼ା ଜମାଇ ରହି ଥିବା କର୍ମଚାରୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇ ଛି । ତେବେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପାଳନ କରାଯିବ ବୋଲି ଜଣେ ବରୀଷ୍ଠ ଅଫିସର କରିଛନ୍ତି।

Leave a comment

Your email address will not be published. Required fields are marked *