#Breaking News #Uncategorized

କନ୍ଧମାଳ:କରୋନା ସଂକ୍ରମିତ ମାଓବାଦୀ ଆତ୍ମ ସମର୍ପଣ କରନ୍ତୁ : ସମସ୍ତ ଚିକିତ୍ସା ଖର୍ଚ୍ଚ ଦାୟିତ୍ୱ ପୋଲିସ ବହନ କରିବ


କନ୍ଧମାଳ,୨୨/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ କେକେବିଏନ୍‌ (କନ୍ଧମାଳ-କୋରାପୁଟ-ବଂଶଧାରା-ନାଗାବଳି) ମାଓ ଡିଭିଜନ୍‌ ସକ୍ରିୟ ରହିଛି। ସଂଗଠନର ଅନେକ ସଦସ୍ୟ କରୋନା ସଂକ୍ରମିତ ଥିବା ଏବଂ ସେମାନଙ୍କ ଦ୍ୱାରା ଗ୍ରାମାଞ୍ଚଳ ଆଦିବାସୀଙ୍କୁ ସଂକ୍ରମିତ କରିବା ଆଶଙ୍କା ମଧ୍ୟ ରହିଛି। ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଉପରେ ରୋକ୍‌ ଲଗାଇବା, ମାଓବାଦୀଙ୍କୁ କରୋନାରୁ ସୁରକ୍ଷା ଦେବା ଓ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ନିବେଦନ କରାଯାଇଛି। ମାଓ ସଂଗଠନରେ ଯେଉଁମାନେ କରୋନା ଆକ୍ରାନ୍ତ ହୋଇଥିବେ, ସେମାନେ ଆତ୍ମସମର୍ପଣ କଲେ ସେମାନଙ୍କ ସମସ୍ତ ଚିକିତ୍ସା ଦାୟିତ୍ବ ଓ ଖର୍ଚ୍ଚ ପୁଲିସ ପ୍ରଶାସନ ବହନ କରିବ ବୋଲି ଘୋଷଣା କରାଯାଇଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ‌ଗୋଚ୍ଛାପଡ଼ା, ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘର, ଝିରିପାଣି ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ରହିଛନ୍ତି। ଏସବୁ ଅଞ୍ଚଳରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏ ଭଳି ସ୍ଥଳେ ମାଓ ସଂଗଠନର ସଦସ୍ୟମାନେ ଯଦି କରୋନା ସଂକ୍ରମିତ ହୋଇଥାନ୍ତି, ସେମାନେ ଆତ୍ମସମର୍ପଣ କରିବାକୁ ଜିଲ୍ଲା ପୁଲିସ ନିବେଦନ କରିଛି। ନିକଟରେ ଛତିଶଗଡ଼ରେ ଅନେକ ମାଓବାଦୀ କରୋନା ସଂକ୍ରମିତ ହୋଇଥିବା କଥା ସେଠାକାର ପୁଲିସ ପ୍ରଶାସନ ସୂଚନା ଦେଇଥିଲା।

Leave a comment

Your email address will not be published. Required fields are marked *