#Breaking News

ବ୍ୟବସାୟୀ ଙ୍କ କବଜା ରେ ମୁନିସୀ ପାଲିଟିବନ୍ଧ!କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆନ୍ଦୋଳନ ଚେତାବନୀ..


ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ବଜ଼ାର ପଛ ପାଖନୀଳିଆ ବନ୍ଧ ( ରାଣୀ ବନ୍ଧ) କୁ ଏବେ ସେଇ ନିକଟରେ ଥିବା ଜଣେ ବିଶିଷ୍ଟ ବ୍ୟବ ସାୟୀ ଜଣେ ଚତୁରତା ର ସହ କିଛି ପ୍ରଶାସନିକ ଅଧିକାରୀ ଙ୍କୁ ମୋଟା ଅଙ୍କର ହାତଗୁଂଜା ଦେଇ କୁଆଡେ ପଟ୍ଟା ହାତେଇଥିବା ଜଣାପଡିଛି l
ଏଇ ବନ୍ଧ ହେଉଛି ସହର ର ସର୍ବପୁରାତନ ବନ୍ଧ l
ସହରବାସୀ ଅତୀତରେ ଏହିବନ୍ଧ କୁ ବ୍ୟବହାର କରୁଥିଲେ l
ସହର ରେ ପାଣି ସମସ୍ୟା ଦୂର କରିବାରେ ଏହି ବନ୍ଧ ବେଶ ସହାୟକ ହେଉଥିଲା l
ତେବେ କାଳକ୍ରମେ ଏହିବନ୍ଧ ରେ ଲୋକେ ଅଳିଆ ଆବର୍ଜନା ସବୁ ପକାଇବା ଓ ସଫା ନ କରିବା ଫଳରେ ଏବେ ଅଵ୍ୟବହୃତ ହେବା ରୁ ପୋତି ହେବାକୁ ବସିଲାଣି l
ହେଲେ ଦେଢ଼ ଏକର ବିଶିଷ୍ଟ ଏହି ବନ୍ଧ ଉପରେ ଏବେ ଏହି ବ୍ୟବସାୟି ଙ୍କ ଲୋଲୁପ ଦୁଷ୍ଟି ପଡ଼ିଛିl ସେ କୁଆଡେ ତାଙ୍କ ନାମରେ ପଟ୍ଟା କରିଦେଇଥିବା ଜଣାପଡିବା ଫଳରେ ବିଳମ୍ବ ରେ ହେଲେବି ଫୁଲବାଣୀ ମୁନିସିପାଲଟୀନିର୍ବାହୀ ଅଧିକାରୀ ବଳଦେବ ବେହେରା ବନ୍ଧ ଡି ମାର କେ ସନ ପାଇଁ ତହସିଲଦାର ଙ୍କୁ ଚିଠି ଲେଖିଛନ୍ତି l
ତେବେ ତହସିଲଦାର ଡିମାର କେସନ ଦେବା ପରିବର୍ତେ ଚୁପ ବସିବା ନେଇ ସନ୍ଦେହସୃଷ୍ଟି ହୋଇଛି l
ତୁରନ୍ତ ତହସିଲଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ମିଳିତ ନାଗରିକ ମଞ୍ଚ ଆବାହକ ଅଶୋକ ପରିଡା, ସାମ୍ବାଦିକ ଶିବାନନ୍ଦ ପଟନାୟକ, ସନ୍ତୋଷ ଡିଗାଲ, ପ୍ରମୁଖ ଦାବୀ କରିଛନ୍ତି l

Leave a comment

Your email address will not be published. Required fields are marked *