#Breaking News

ବରଗଡ଼ରେ ବାବା ସାହେବ ଆମ୍ବେଦକର ଜୟନ୍ତୀ ପାଳିତ


ବରଗଡ଼: (ସତ୍ୟ ନାରାୟଣ ପ୍ରଧାନ)
ଭାରତ ରତ୍ନ ବାବା ସାହେବ ଆମ୍ବେଦକର ଜୟନ୍ତୀ ବରଗଡ଼ ସୌଖୀନ ରଂଗ ମଂଚ ପରିସର ରେ ପାଳିତ ହୋଇଯାଇଛି । ବାବା ସାହେବଙ୍କ ସଂଘର୍ଷ ର କାହାଣୀ , ସମାନତା,ଭାତୃତ୍ବ, କୁସଂସ୍କାର ବିରୋଧରେ ଲଢେଇ, ସମ୍ବିଧାନ ପ୍ରଣୟନ, ଆଧୁନିକ ଭାରତ ନିର୍ମାଣରେ ବାବା ସାହେବ ଙ୍କ ଯୋଗଦାନକୁ ସ୍ମୃତି ଉଚ୍ଚାରଣ କରି ଥିଲେ । ଆମ୍ବେଦକର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏହି ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।  ଟ୍ରଷ୍ଟ ର ଅଧ୍ୟକ୍ଷ ଧିମାନ ଗୁଣମଣୀ ସୁନାନୀ, ଅତିଥି ଆଇନଜୀବୀ ଶ୍ୟାମସୁନ୍ଦର ଅଗ୍ରୱାଲ ,ପବିତ୍ର  ଦେହେରୀ ଓ ସଦସ୍ଯ ମାନେ ପୁଷ୍ପମାଲ୍ୟ ଦେଇ ସଭା କୁ ଆରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ଆଲବର୍ଟ ଲାକ୍ରା, ଉର୍କୁଲୁ ତାଣ୍ଡି, ପରମେଶ୍ଵର ଲୁହା,ରତନ ଅଗ୍ରୱାଲ, ବିକ୍ରମ ଛତର,ରମେଶ ମହାପାତ୍ର,ତ୍ରିନାଥ ନାଗ,ଗଙ୍ଗାଧର ବିଭାର,ବନମାଳୀ ଦିପ,ଶକୁନ୍ତଳା ସୁନା,ଅଲିମ ରିଜୱି, ଟିକେଶ୍ବରୀ ଛତର,ମାରିୟମ ବାର୍ଲା, ଉଦ୍ଧବ ମହାନନ୍ଦ, ଗୋପିନାଥ ଛତ୍ରୀ ଉପସ୍ଥିତ ଥିଲେ । ମଂଚ ସଂଚାଳନ ଗୁରୁଚରଣ ହରପାଲ କରିଥିଲେ । ଏହି ଅବସରରେ ଏକ ରକ୍ତଦାନ ଶିବିର  କରାଯାଇଥିଲା ।

Leave a comment

Your email address will not be published. Required fields are marked *