#Breaking News

ବାଲିଗୁଡା :ବନବାସୀ ବଧିର ସ୍ୱତନ୍ତ୍ର ବିଦ୍ୟାଳୟର ଦୁଇ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ବଧିର ସ୍ୱତନ୍ତ୍ର ବିଦ୍ୟାଳୟର ୨ଜଣ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜନ କରାଯାଇଥିଲା l ଅଜୟ କୁମାର ବେହେରା ଓ ଭରତ ଚନ୍ଦ୍ର ସାହୁ ସହକାରୀ ଶିକ୍ଷକ ଭାବେ ବନବାସୀ ବଧିର ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି କରଣ ବିଭାଗୀୟ ଦ୍ୱାରା ଅନୁମୋଦିତ ହୋଇ କାର୍ଯ୍ୟ କରୁଥିଲେ l ୬୦ ବର୍ଷ ପୂର୍ତ୍ତି ପରେ ଅବସର ଗ୍ରହଣ କଲେ l ଏହି ଅବସରରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବନବାସୀ ସେବା ସମିତିର ପ୍ରତିଷ୍ଠାତା ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଓ ସମ୍ମାନିତ ଅତିଥି ଭାବେ ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ରେଡ଼କ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ରୁଦ୍ର ଶୁକ୍ଳ ଯୋଗ ଦେଇ ଶିକ୍ଷକ ଦ୍ବୟଙ୍କ ଭୁୟସୀ ପ୍ରଶଂସା କରିଥିଲେ l ବିଶ୍ୱଜିତ ଜେନା ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଧଳ ସଭାପତିତ୍ୱ କରିଥିଲେ l ମୁଖ୍ୟବକ୍ତା ମଧ୍ୟରେ ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକ ପ୍ରପୁଲ୍ଲ କୁମାର ସାମଲ, କିଶୋର କୁମାର ଜେନା ଓ ସୁରେନ୍ଦ୍ର ଧଳ ଶିକ୍ଷକ ଦ୍ବୟଙ୍କ କାର୍ଯ୍ୟକାଳ ମଧ୍ୟରେ ସେମାନଙ୍କର ଦକ୍ଷତା ସମ୍ପର୍କ ରେ ଆଲୋକପାତ କରିଥିଲେ l ଶିକ୍ଷକ ଦ୍ୱୟଙ୍କୁ ଅତିଥିଙ୍କ ଦ୍ୱାରା ଉପଢୌକନ , ପୁଷ୍ପଗୁଚ୍ଛ ତଥା କିଛି ଅନୁସାଙ୍ଗିକ ଉପହାର ପ୍ରଦାନ କରିଥିଲେ l ଶିକ୍ଷକ ଦ୍ବୟ ଅବସର ଗ୍ରହଣ କଲେ ସତ, କିନ୍ତୁ ସେମାନଙ୍କୁ ଅବସରକାଳୀନ ଭତ୍ତାର(ପେନସନ) ଅବଧି ନ ଥିବାରୁ ଅଳ୍ପ ଦୁଃଖ ଓ ମିୟମ୍ରାଣର ଗାଥା ଚଖାଣି ସମସ୍ତଙ୍କୁ ସ୍ତବଧ କରିଦେଇଥିଲେ l ପରିଶେଷରେ ଅନୁଷ୍ଠାନର ଖଗେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରାରମ୍ଭିକ ଓ ବିଦାୟ କାଳୀନ ସଂଗୀତ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା l

Leave a comment

Your email address will not be published. Required fields are marked *