#Uncategorized

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଫୁଲବାଣୀ -(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାର ସର୍ବ ପୁରାତନସରକାରୀ ରେଜିଷ୍ଟ୍ରୀଭୁକ୍ତ ସାମ୍ବାଦିକ ସଙ୍ଘକନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ବାର୍ଷିକ ଉତ୍ସବ ଆସନ୍ତା ମଇ ମାସ ୧୪ ଓ ୧୫ ତାରିଖରେ ଫୁଲବାଣୀ ଠାରେ ପାଳନ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି।
ସଂଘ ସଭାପତି ଡ଼.ଅରୂପ ଜେନାଙ୍କ ସଭାପତିତ୍ବରେମଙ୍ଗଳ ବାର ସ୍ଥାନୀୟ ବନାନୀ କଳା ସଂସଦ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ରାଜ୍ୟ ସ୍ତରୀୟ ଉତ୍ସବ ନିମନ୍ତେ ବିଭିନ୍ନ ପରିଚାଳନା କମିଟିମାନ ଗଠନ କରାଯାଇଥିଲା l ଅଭ୍ୟର୍ଥନା,ଅର୍ଥ, ଖାଦ୍ୟ,ସ୍ମରଣୀକାପ୍ରକାଶନ କମିଟି, ସମ୍ବର୍ଦ୍ଧନା,ପ୍ରଚାର ପ୍ରସାର କମିଟି ଗଠନ କରାଯାଇଛି। ଏହି ଦୁଇ ଦିନିଆ ବାର୍ଷିକ ଉତ୍ସବ ଅବସରରେ ଏକ ରଙ୍ଗୀନ ସ୍ମରଣୀକା ପ୍ରକାଶ ପାଇବା ସଙ୍ଗେ, ରାଜ୍ୟ ସ୍ତରୀୟ କର୍ମଶାଳା,ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ,ସାମ୍ବାଦିକ ସଂଘ ର ନୁତନ କର୍ମ କର୍ତା ନିର୍ବାଚନ, ଚିତ୍ତ ବିନୋଦନ ସହ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଗଣ ଓ ବରିଷ୍ଠ ସାମ୍ବାଦିକ ଗଣଙ୍କୁ ଏହି ଉତ୍ସବରେ ନିମନ୍ତ୍ରଣ କରିବାକୁ ସ୍ଥିର ହୋଇଛି। ଉକ୍ତ ସଭାରେ ରାଜ୍ୟ ସ୍ତରୀୟ ଉତ୍ସବ କମିଟି ଆବାହକ ସୁନୀଲ ପଟ୍ଟନାୟକ ସାଧାରଣ ସମ୍ପାଦକ ଜୟସେନ ପରିଡାଙ୍କ ସହ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ, ଶିବ ବିଶ୍ୱାଳ ପ୍ରକାଶ ନାୟକ, ପ୍ରମୋଦ ଦଣ୍ଡସେନା, ବିଭୁତି ଲହରିଆ, ଅଭିମନ୍ୟୁ ପଣ୍ଡା, ପ୍ରମୁଖ ଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଆସିଥିବା ସଂଘର ସଦସ୍ୟମାନେ ଉପସ୍ଥିତ ରହି ସୁ ଚିନ୍ତିତ ମତାମତ ଦେଇ ଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *