#Breaking News

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ସମନ୍ବୟ ବୈଠକ

ଢେଙ୍କାନାଳ (ଉଲାପ୍ର)ଢେଙ୍କାନାଳ ଜିଲ୍ଲା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ନିମନ୍ତେ ଆଜି ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସୱାନ ହଲଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଉତ୍ତେଜନା ପ୍ରବଣ ଅଞ୍ଚଳରେ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପେଟ୍ରୋଲିଂ ବ୍ୟବସ୍ଥା କରାଯିବ । କେହି ନିର୍ବାଚନ ଆଚରଣ ବିଧ୍ ଉଲଂଘନ କଲେ ସେମାନଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ , ଉପଜିଲ୍ଲାପାଳ , ବିଡିଓ , ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପ୍ରତି ନିର୍ବାଚନକୁ ଅବାଧ , ନିରପେକ୍ଷ ଏବଂ ମୁକ୍ତ କରି ଏହାର ସୁପରିଚାଳନ ନିମନ୍ତେ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବେଆଇନ ମଦ କାରବାର , ବିନା ଲାଇସେନ୍ସାଧାରୀଙ୍କ ବନ୍ଧୁକ ଜବତ ସହିତ ପେଷାଦାର ଅପରାଧୀମାନଙ୍କ ଉପରେ ତୀକ୍ଷଣ ନଜର ରଖୁବାକୁ ନିର୍ଦ୍ଦେଶ ଦିଆଯାଇଛି । ଫେବୃଆରୀ ୧୬ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସକାଳ ୭ ଟା ରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ଭୋଟ ଦାନ ଅନୁଷ୍ଠିତ ହେବ । ଦିନ ୧ ଘଟିକା ସମୟ ପରେ ଭୋଟ ଦାନ କେନ୍ଦ୍ରର ପ୍ରବେଶ ଦ୍ବାରକୁ ବନ୍ଦ କରାଯିବ ଏବଂ କେନ୍ଦ୍ର ମଧ୍ୟରେ ଥିବା ସମସ୍ତ ଭୋଟର ଭୋଟ ଦାନ କରିପାରିବେ । ନିର୍ବାଚନର ସୁପରିଚାଳନ ନିମନ୍ତେ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ , ବିଡ଼ିଓ , ତହସିଲଦାର , ଉପଖଣ୍ଡ ପୋଲିସ ଅଧିକାରୀ , ଥାନା ଅଧିକାରୀମାନଙ୍କ ସହିତ ଆଲୋଚନା କରି ନିର୍ବାଚନ ପ୍ରସ୍ତୁତି ସମ୍ପର୍କ ଅବଗତ ହୋଇଛନ୍ତି । ଏହି ବୈଠକରେ ନିର୍ବାଚନର ସମସ୍ତ ପ୍ରକ୍ରିୟା ସମ୍ପାଦନ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବିଷଦ ଆଲୋଚନା ହୋଇଥିଲା । ନିର୍ବାଚନକୁ ଅବ।ଧ , ମୁକ୍ତ ଓ ଶାନ୍ତି ଶୃଙ୍ଖଳାର ସହିତ ସମାପନ ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ବୋଲି ଆରକ୍ଷୀ ଅଧୀକ୍ଷକ ଲୋଗାନୟାଗୀ ଦିବ୍ୟା ଭି କହିଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପୁରୁଷୋତ୍ତମ ସେଠୀ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶିଶୁ ରଞ୍ଜନ ମହାପାତ୍ର , ଡିଏସପି , ଡି ଆଇ ବି ଶ୍ରୀ ଅରୁଣ କୁମାର ସାହୁ , ଡିଏସପି ଅଞ୍ଜନା ଟୁଡୁ , ଏସଡିପିଓ ଶ୍ରୀ ବି . ଆର . ବରୁଆ , ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା . ଅଶୋକ କୁମାର ଦାଶ , ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ଚନ୍ଦ୍ରଶେଖର ମହାରଣା , ଡେପୁଟି କଲେକ୍ଟର ମାଜିଷ୍ଟ୍ରେଟ , ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *