#Uncategorized

ବରଗଡ଼ ରେ କୋଭିଡ କିଓସ୍କ ଉଦଘାଟିତ


ବରଗଡ଼: ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ପ୍ରୋତ୍ସାହିତ କରିବା ପରିପ୍ରେକ୍ଷୀରେ ଓରମାସ ଓ ମିଶନ ଶକ୍ତି ସହାୟତା ରେ କୋଭିଡ କିଓସ୍କ ଉଦଘାଟିତ ହୋଇଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଲଗାଯାଇଥିବା ଏହି କୋଭିଡ କିଓସ୍କ ଷ୍ଟଲକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ସେନିଟାଇଜର,ଖାଡା,ମାସ୍କ ଆଦି ବିକ୍ରି କରାଯାଉଛି। ସେହିପରି ଏଠାରେ ଗ୍ରୁପ ଦ୍ବାରା ମାଣ୍ଡିଆ ରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଏବଂ ପୋଷାକ ମଧ୍ୟ ମିଳିପାରିବ ବୋଲି ସୂଚୀତ କରାଯାଇଛି।

Leave a comment

Your email address will not be published. Required fields are marked *