#Breaking News

ନୂଆ ଓଡ଼ିଆ ଚଳଚ୍ଚିତ୍ର ରୁଦ୍ରାଣୀର ଶୁଭମହୁରତ -ପ୍ରଯୋଜନାରେ ପାଦ ଥାପିଲେ ଝିଲିକ

ଭୁବନେଶ୍ୱର : ଅଭିନୟରେ ସେ ଓଡିଶାବାସୀଙ୍କ ହୃଦୟ ଜିତିଥିଲେ । ମ୍ୟାରେଜ୍ ପରେ କିନ୍ତୁ ଅଭିନୟ ଠାରୁ ଦୂରେଇ ଯାଇଥିଲେ । ଏବେ ପୁଣି ଥରେ ଗ୍ଲାମର୍ ଇଣ୍ଡଷ୍ଟ୍ରିକୁ କରିଛନ୍ତି ବ୍ୟାକ୍ । ତେବେ କେବଳ ଅଭିନୟ ନୁହେଁ ବରଂ ପ୍ରଯୋଜନାରେ ପାଦ ଥାପିଛନ୍ତି । ସେ ଆଉ କେହି ନୁହନ୍ତି ଆପଣଙ୍କ ପ୍ରିୟ ବଙ୍ଗୀୟ ସୁନ୍ଦରୀ ତଥା ଓଡ଼ିଆ ବୋହୂ ଝିଲିକ । ନୂଆ ପ୍ରଡକ୍ସନ ହାଉସରେ ତାଙ୍କ ଅଭିନୀତ ନୂଆ ନାରିକୈନ୍ଦ୍ରିକ ଚଳଚ୍ଚିତ୍ର “ରୁଦ୍ରାଣୀ”ର ନାମ ଘୋଷଣା ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଇଛି l ନିଜେ ପରିକଳ୍ପନା କରିବା ସହ ପ୍ରଯୋଜନା ଭଳି ଗୁରୁ ଦାୟିତ୍ୱରେ ଅଛନ୍ତି ନିଜେ ଅଭିନେତ୍ରୀ ଝିଲିକ୍ l ପ୍ରଥମେ ବାଙ୍ଗୀୟ ଚଳଚ୍ଚିତ୍ର “ତେମାୟା ଭଲୋ ପାସି ” ଜରିଆରେ ଅଭିନୟ ଜଗତକୁ ଏଣ୍ଟ୍ରି ମାରିଥିବାବେଳେ ସେହି ବର୍ଷ ଅମ୍ଲାନଙ୍କ ବିପକ୍ଷରେ ଓଡ଼ିଆ ଚଳଚ୍ଚିତ୍ର “ଟାର୍ଗେଟ”ରେ ଦର୍ଶକ ଦେଖି ଥିଲେ ତାଙ୍କୁ l ଏହା ଭିତରେ ୧୪ଟି ଓଡ଼ିଆ ଚଳଚ୍ଚିତ୍ର ସହ ୭ଟି ବଙ୍ଗୀୟ ଚଳଚ୍ଚିତ୍ରରେ ସେ ଅଭିନୟ କରିସାରିଲେଣି l ଚଳଚ୍ଚିତ୍ର” ରୁଦ୍ରାଣୀ” ହେବ ତାଙ୍କର ୧୫ ତମ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ଦିଆଯିବା ସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାନୁଆରୀ ୧୦ରୁ ସୁଟିଂ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି l ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀକ୍ରିଷ୍ଣା l ସେହିପରି ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ସଂଳାପରେ ଅଛନ୍ତି ଡ଼. ରଜନୀରଞ୍ଜନ , ପ୍ରଡକ୍ସନ ଡିଜାଇନର ଅଛନ୍ତି ଋତୁରାଜ୍ l ଅଭିନୟରେ ଅଛନ୍ତି ଝିଲିକ, ମଣ୍ଟୁ, ଲୋହିତାକ୍ଷ, ପିଣ୍ଟୁ ନନ୍ଦ, ବବି ମିଶ୍ର, ଧରିତ୍ରୀ ଖଣ୍ଡୁଆଳ, ପ୍ରତିଭା ପଣ୍ଡା, ଶକ୍ତି ବରାଳ, ଜୀବନ ପଣ୍ଡା ,ସୁନୀତା ପ୍ରମୁଖ l ଝିଲିକ ମୋସନ ପିକ୍ଚର୍ସକୁ ସମାଜସେବୀ ପ୍ରତିମା ଘଡେଇ ଅନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିବାବେଳେ ପ୍ରଯୋଜକ ସୀତାରାମ ଅଗ୍ରୱାଲ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ ), କାଦମ୍ବିନୀ ପତ୍ରିକା ର ସଂପାଦିକା ଇତି ସାମନ୍ତ ପ୍ରମୁଖ ଯୋଗଦେଇ ଟାଇଟଲ ଉନ୍ମୋଚନ କରିଥିଲେ l ନିଜେ ଝିଲିକ ସାଥି କଳାକାରଙ୍କ ସହ ଫାଷ୍ଟ ଲୁକ ଲୋକାର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *