#Breaking News #Uncategorized

ବ୍ରାହ୍ମଣପାଦ ର ହରିଜନ ସାହିରେ ଜଳକଷ୍ଟ, ପ୍ରଶାସନ ଶୁଣୁନି


ଫୁଲ ବାଣୀ- (ସୁନୀଲ ପଟନାୟକ)
ସରକାର ସବୁ ଘରକୁ ପାନୀୟ ଜଳ ଯୋଗାଇଦେବା ପାଇଁ ଯୋଜନା କରୁଥିବାବେଳେ ଚକାପାଦ ବ୍ଳକ ବ୍ରାହ୍ମଣପାଦରହରିଜନ ସାହି ବାସିନ୍ଦା ଦୀର୍ଘଦିନ ହେଲା ଜଳଯନ୍ତ୍ରଣା ଭୋଗୁଛନ୍ତି । ହରିଜନ ସାହିରେ୬୦ ଘର ଥିବାବେଳେ ୧୩୫ ଜଣ ଲୋକ ବସବାସ କରୁଛନ୍ତି। ହେଲେ ସାହିରେ ନଳକୁପ ଅଛି କିନ୍ତୁ ଅଚଳ।
କେବଳ କୁଅ ଗୋଟିଏ ଅଛି ତା ଉପରେ ସବୁ ଲୋକ ନିର୍ଭର କରନ୍ତି । ପାଇ ପଯୋଗେ
ପାନୀୟ ଜଳ ସ।ହୀକୁ ଯୋଗାଇଦେବାକୁ ଲୋକେ ଦାବୀ କରି ଆସୁଥିଲେ ମଧ୍ୟ ଜଳଯୋଗାଣ ବିଭାଗ ଅଧିକାରୀମାନେ ଶୁଣୁ ନ ଥିବା କଥା ହରିଜନ ସାହିର ପବୀତ୍ର ବେହେରା , ସଦାଶିବ ବେହେରା, ମୂଳବେହେରା , ସଜନା ବେହେରା, ସାବିତ୍ରୀ ବେହେରା, ପ୍ରମିଳ।ବେହେରା, ମାଳତି ବେହେରା, ନିଳମଣି କେହେରା, ସନ୍ୟାସୀ ବେହେରା । ଯୋଶବନ୍ତ ବେହେରା, ପ୍ରମୁଖ ଅଭିଯୋଗ କରିଛନ୍ତି ।
ବର୍ଷାଦିନେ ଯେ କୌଣସିମତେ ଚଳିଯାଉଥିବାବେଳେ ଖରା ୪ ମାସ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ନଦୀ ନାଳ ଉପରେ ନିର୍ଭର କରୁଛନ୍ତି ଲୋକେ
। ନିର୍ବାଚନ ଆସିଲେ ନେତାମାନେ ସାହୀକୁ ଭୋଟ ମାଗିବା ଲାଗି ଆସନ୍ତି ଆଉ ସେତେବେଳେ ପୁଳାପୁଳା ମିଥ୍ୟା ପ୍ରତିଶୃତି ଦେଉଛନ୍ତି ଭୋଟ ସରିଗଲା ପରେ ଆଉ ଦେଖା ମିଳେନି କାହାର, ବୋଲି ସାହି ବାସିନ୍ଦା କହିଛନ୍ତି ।
ଏପଟେ ସରକାରୀ ଅଫିସରମାନେ ମଧ୍ୟ ନା ଅଧିକ ସଂଖ୍ୟାରେ ନଳକୂପ ଖୋଳୁଛନ୍ତି ନା ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେଉଛନ୍ତି । ଏଭଳି ସ୍ଥିତିରେ ହରିଜନ ସାହୀ ର ଲୋକେ ପିଇବା ପାଣି ପାଇଁ ଦହଗଞ୍ଜ ହେଉଛନ୍ତି ।
ଏହି ସାହିକୁ କେବେ ପ୍ରଶାସନ ପିଇବା ପାଣି ଯୋଗାଇଦେବ ତାହା ଦେଖିବାର କଥା ।
ଏନେଇ ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହ କାରୀ ଯନ୍ତ୍ରୀଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିବାରୁ ମତାମତ ଦିଆଯାଇପାରିନାହିଁ।

Leave a comment

Your email address will not be published. Required fields are marked *